ହାଥରସ୍ ପୀଡ଼ିତାଙ୍କୁ ହୋଇ ନ ଥିଲା ଦୁଷ୍କର୍ମ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ହାଥରସ୍ ମାମଲାରେ ଆସିଲା ଫରେନସିକ ରିପୋର୍ଟ। ପୀଡ଼ିତାଙ୍କ ଶରୀରରେ ଏକାଧିକ ସ୍ଥାନରେ ଆଘାତ ରହିଥିବାବେଳେ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବାର କୌଣସି ପ୍ରମାଣ ମିଳିନାହିଁ। ଜେଏନଏମ୍ ମେଡିକାଲ କଲେଜର ରିପୋର୍ଟରେ ନୂଆ ଖୁଲାସା ହେବା ପରେ ମାମଲାର ମୋଡ଼ ବଦଳିଛି।

ମାମଲାରେ ରାଜ୍ୟ ସରକାର ସିବିଆଇ ତଦନ୍ତ ସୁପାରିସ କରିଥିବାବେଳେ ଅଭିଯୁକ୍ତଙ୍କୁ ଫସାଇ ଦେବା ପାଇଁ ଚକ୍ରାନ୍ତ ଚାଲିଥିବା ବିଜେପି ନେତା ରଞ୍ଜିତ ବାହାଦୁର ବୟାନ ରଖିଛନ୍ତି। କଂଗ୍ରେସ ନେତାଙ୍କ ପରେ ହାଥରସ୍ ପୀଡ଼ିତା ପରିବାରକୁ ଭେଟିଛନ୍ତି ସମାଜବାଦୀ ପାର୍ଟି ନେତା, ଅଖିଳ ଭାରତୀୟ କୃଷକ ସଭା ସଦସ୍ୟ। ହାଥରସରେ ପହଞ୍ଚିବା ପରେ ସପା ନେତା ବିକ୍ଷୋଭ କରିବାରୁ ପୋଲିସ ଲାଠିଚାର୍ଜ କରିଥିଲା।

ହାଥରସ ଡିଏମଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି। ମାମଲାରେ ଡିଏମଙ୍କ ଭୂମିକା ସନ୍ଦେହଜନକ ଥିବାରୁ ଏହାର ମଧ୍ୟ ଯାଞ୍ଚ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ମାମଲାରେ ସ୍ଥାନୀୟ ପୋଲିସ, ଏସଆଇଟି ଯାଞ୍ଚ ଜାରି ଥିବାବେଳେ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ ପରେ ସିବିଆଇ ତଦନ୍ତ ଆରମ୍ଭ ହେବାକୁ ଯାଉଛି।

%d bloggers like this: