ଦିଲ୍ଲୀପ ରାୟ ଦୋଷୀ: କୋଇଲା ଦୁର୍ନୀତି ମାମଲା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ । ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି । ଦିଲ୍ଲୀର ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି । ଆସନ୍ତା ୧୪ ତାରିଖରେ ଦଣ୍ଡ ବିଧାନ ରହିଛି।

୧୯୯୯ ମସିହାରେ ଝାଡ଼ଖଣ୍ଡ ଗିରିଡିହରେ ଥିବା ବ୍ରହ୍ମଡିହ କୋଇଲା ବ୍ଲକ ଆବଣ୍ଟନରେ ଅନିୟମିତତା ଅଭିଯୋଗ ହୋଇଥିଲା । ସେତେବେଳେ ବାଜପେୟୀ ସରକାରରେ କେନ୍ଦ୍ରରେ କୋଇଲା ମନ୍ତ୍ରୀ ଥିଲେ ଦିଲ୍ଲୀପ ରାୟ । ତାଙ୍କ ବିରୋଧରେ ଠକେଇ, ଆପରାଧିକ ଷଡ଼ଯନ୍ତ୍ର ଆଦି ମାମଲା ରୁଜୁ ହୋଇଥିଲା ।

ତେବେ ଦିଲ୍ଲୀପଙ୍କ ସମେତ କୋଇଲା ମନ୍ତ୍ରାଳୟର ଦୁଇ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ ବି ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏମାନଙ୍କ ସହ କାଷ୍ଟ୍ରନ୍ ଟେକ୍ନୋଲୋଜିଜ୍ ଲିମିଟେଡ, ଏହାର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରଓ୍ୱାଲ ଓ କାଷ୍ଟ୍ରନ୍ ମାଇନିଂ ଲିମିଡେଟକୁ ବି ଦୋଷୀ ସାବ୍ୟସ୍ତ କରାଯାଇଛି ।

%d bloggers like this: