ଫେବ୍ରୁଆରୀରେ ମିଳିବ କୋରୋନା ଟିକା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆସନ୍ତାବର୍ଷ ଫେବ୍ରୁଆରୀ ମାସରେ ମିଳିବ କୋରୋନା ଟିକା। ସେରମ୍ ଇନଷ୍ଟିଚ୍ୟୁଟର ଦାବି ଅନୁସାରେ, ଏପ୍ରିଲ ସୁଦ୍ଧା ସମସ୍ତ ଦେଶବାସୀଙ୍କୁ କୋରୋନା ଟିକା ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଏହାସହ ଟିକାର ମୂଲ୍ୟ ମଧ୍ୟ ନିର୍ଦ୍ଧାରଣ ସରିଥିବା ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର CEO ଅଦର ପୁନାୱାଲା ଦାବି କରିଛନ୍ତି। ଜରୁରୀ ୨ଟି ଡୋଜର ମୂଲ୍ୟ ପ୍ରାୟ ହଜାରେ ଟଙ୍କା ରହିବ ବୋଲି ସେ କହିଛନ୍ତି। ଏପଟେ ଶୀତ ଋତୁ ଆରମ୍ଭ ହୋଇସାରିଥିବାରୁ ଏବେ ପୂର୍ବାପେକ୍ଷା ଅଧିକ ସତର୍କ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପରାମର୍ଶ ଦେଇଛି। ଶୀତରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବା ଆଶଙ୍କା ରହିଛି। ପ୍ରଧାନମନ୍ତ୍ରୀ କୋରୋନା ସ୍ଥତି ନେଇ ଉଚ୍ଚ ସ୍ତରୀୟ ବୈଠକ କରିବା ସହ ଟିକା ବିତ୍ତରଣ ନେଇ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

%d bloggers like this: