କମେଡ଼ି କୁଇନଙ୍କୁ ବେଲ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଡ୍ରଗ୍ସ ଲିଙ୍କ ମାମଲାରେ ବଲିଉଡର କମେଡି କୁଇନ ଭାରତୀ ସିଂଙ୍କୁ ବେଲ୍ ମିଳିଛ। ତାଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ ଜାମିନ ମିଳିଛି। ପ୍ରାୟ ୪ ଘଣ୍ଟାର ଜେରା ପରେ ଗତ ଶନିବାର ଭାରତୀଙ୍କୁ ଏନସିବି ଗିରଫ କରିଥିଲା। ପରେ ଭାରତୀଙ୍କ ସ୍ୱାମୀ ହର୍ଷଙ୍କୁ ମଧ୍ୟ NCB ଟିମ୍ ପଚରାଉଚରା କରିଥିଲା ଏବଂ ଗିରଫ କରିଥିଲା। ଡ୍ରଗ୍ସ ସେବନ ନେଇ ଭାରତୀଙ୍କ ବିରୋଧରେ ସୁରାକ ପାଇବା ପରେ NCB ତାଙ୍କୁ ଗିରଫ କରିଥିଲା।

ଭାରତୀଙ୍କ ବାସଭବନ ସମେତ ୩ଟି ସ୍ଥାନରେ ଏନସିବି ଚଢାଉ କରିଥିଲା। ଚଢ଼ାଉ ବେଳେ ଭାରତୀଙ୍କ ଘରୁ ପ୍ରାୟ ୮୨ ଗ୍ରାମର ଡ୍ରଗ୍ସ ଜବତ କରାଯାଇଥିଲା। ସେଥିରେ ୪୦ ଗ୍ରାମର ଗଞ୍ଜେଇ ଥିବାବେଳେ ବାକି ୪୨ ଗ୍ରାମର ପ୍ରାୟ ୪ ପ୍ରକାରର ଡ୍ରଗ୍ସ ରହିଥିଲା। ସେସବୁ ଡ୍ରଗ୍ସ ବ୍ୟାନ ଥିଲେ ସୁଦ୍ଧା ଭାରତୀ ପାଖରେ ରଖିଥିଲେ। ଭାରତୀ ଡ୍ରଗ୍ସ ସେବନ କରୁଥିବା ନେଇ ଜଣେ ପେଡେଲରକୁ ପଚରାଉଚରା ବେଳେ ସେ NCB ଆଗରେ କହିଥିଲା। ସେହି ତଥ୍ୟ ଆଧାରରେ NCB ଚଢ଼ାଉ କରି ଭାରତୀଙ୍କୁ ବାନ୍ଧିଥିଲା।

%d bloggers like this: