ଡିସେମ୍ୱର ୧୫ରୁ କୋରୋନାର ଦ୍ୱିତୀୟ ଲହର !

ଡିସେମ୍ୱର ୧୫ରୁ କୋରୋନାର ଦ୍ୱିତୀୟ ଲହର !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋଭିଡ୍ ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୀକ୍ଷା ବୈଠକ। ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ କୋରୋନା ସଂକ୍ରମଣ ଆଶଙ୍କା ରହିଛି। ଡିସେମ୍ବର ୧୫ରୁ ଜାନୁଆରୀ ୧୫ ମଧ୍ୟରେ ସଂକ୍ରମଣ ଆଶଙ୍କା ରହିଛି। ତେଣୁ, ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଏଡ଼ାଇବା ପାଇଁ ସତର୍କତା ଜାରି ରଖିବା ସହ କୋଭିଡ୍ ପରବର୍ତ୍ତୀ ଯତ୍ନ ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଇଛନ୍ତି। ଓଡ଼ିଶାରେ ମୃତ୍ୟୁ ହାର ୦.୪୬% ରହିଛି।
ସେହିପରି ପୂଜା ସମୟରେ ଶୃଙ୍ଖଳାର ସହ କୋଭିଡ୍ ନିୟମ ପାଳନ କରିଥିବାରୁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ଦୀପାବଳି କଟକଣା ତଦାରଖ କରିବାକୁ ବିଭିନ୍ନ ଜିଲ୍ଲାକୁ ପର୍ଯ୍ୟବେକ୍ଷକମାନେ ଯିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଏହାସହ ଦୀପାବଳିରେ ସଂଯମତା ରକ୍ଷା କରିବା ସହ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି।

%d bloggers like this: