କାୟା ମେଲାଉଛି, ମୁଣ୍ଡ ଗଡ଼ୁଛି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ ଦିନକୁ ଦିନ କୋରୋନା କୋପ ସଙ୍ଗିନ ହେଉଛି। ପ୍ରତି ୨୪ ଘଣ୍ଟାରେ ହଜାରେରୁ ଅଧିକ ସଂକ୍ରମିତ ଚିହ୍ନଟ ହେବାରେ ଲାଗିଛନ୍ତି। ସେମିତି ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି। ଆଜି ଆଉ ୧୦ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨୦୭କୁ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୩ ଶହ ୮୪ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧ କେନ୍ଦ୍ରରୁ ୮୭୩ ଓ ସ୍ଥାନୀୟ ଅଞ୍ଚଳରୁ ୫୧୧ ଚିହ୍ନଟ ହୋଇଛନ୍ତି। ସେହିପରି ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୬ ହଜାର ୨୯୭କୁ ବୃଦ୍ଧି ପାଇଛି। ଗଞ୍ଜାମରୁ ସର୍ବାଧିକ ୩୩୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Leave a Reply

Your email address will not be published. Required fields are marked *