ସୁସ୍ଥ ହେଲେ ବିଗବି

ସୁସ୍ଥ ହେଲେ ବିଗବି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କୋରୋନାକୁ ହରାଇ ଘରକୁ ଫେରିଲେ ବିଗ୍ ବି । କୋରୋନା ମୁକ୍ତ ହେବା ପରେ ତାଙ୍କୁ ମୁମ୍ବାଇ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ୭୬ ବର୍ଷ ବୟସରେ ବଲିଉଡ୍ ସମ୍ରାଟ ଅମିତାଭ ବଚ୍ଚନ କୋରୋନାକୁ ହରାଇ ଫେରିଥିବା ନେଇ ତାଙ୍କ ପୁଅ ଅଭିଷେକ ବଚ୍ଚନ ଟୁଇଟ୍ କରି ସୂଚନା ଦେଇଛନ୍ତି । ଏଥିପାଇଁ ସେ ଭଗବାନ ଓ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସୂଚନାଯୋଗ୍ୟ, ଜୟା ବଚ୍ଚନଙ୍କୁ ଛାଡ଼ି ବିଗ୍ ବିଙ୍, ତାଙ୍କ ପୁଅ ଅଭିଷେକ, ବୋହୂ ଐଶ୍ବର୍ଯ୍ୟା ଓ ନାତୁଣୀ ଆରାଧ୍ୟା କୋରୋନା ସଂକ୍ରମିତ ହୋଇଥିଲା । ପୂର୍ବରୁ ଐଶ୍ବର୍ଯ୍ୟା ଓ ଆରାଧ୍ୟା ଭଲ ହୋଇ ଘରକୁ ଫେରିଥିବା ବେଳେ ଏବେ ବିଗ୍ ବି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ମାତ୍ର ଅଭିଷେକ ବଚ୍ଚନ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: