ଆଜି ପୁଣି ୫ ମୁଣ୍ଡ ନେଲା କୋରୋନା, ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

ଆଜି ପୁଣି ୫ ମୁଣ୍ଡ ନେଲା କୋରୋନା, ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ରାଜ୍ୟରେ କୋରୋନା ସାଂଘାତିକ ରୂପ ଧାରଣ କରିଛି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଛି ଏବଂ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଆଜି କୋରୋନା ରାଜ୍ୟରେ ପୁଣି ୫ଟି ମୁଣ୍ଡ ନେଇଛି । ଫଳରେ ରାଜ୍ୟରେ ଏବେ ମୋଟ ମୃତ୍ୟୁସଂଖ୍ୟା ୯୧କୁ ବୃଦ୍ଧି ପାଇଛି। ସେହିପରି ଆଜି ଗୋଟିଏ ଦିନରେ ୭୩୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ସଂଗରୋଧରୁ ୪୮୧ ଓ ଲୋକାଲ କେସ୍ ୨୫୫ । ସେହିପରି ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୨୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୧୭ ହଜାର ୪୩୭କୁ ବୃଦ୍ଧି ପାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: