‘କୋଭାକ୍ସିନ୍’ର ମାନବ ପରୀକ୍ଷଣ କରିବ AIIMS

‘କୋଭାକ୍ସିନ୍’ର ମାନବ ପରୀକ୍ଷଣ କରିବ AIIMS

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: କୋରୋନାର ସ୍ବଦେଶୀ ଟୀକା ‘କୋଭାକ୍ସିନ’ର ମାନବ ପରୀକ୍ଷଣ କରିବ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍ ବା ଏମସ । ଏମସର ଏଥିକାଲ କମିଟି ଏହାକୁ ଅନୁମତି ଦେଇଛି । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ୧୦୦ ଜଣଙ୍କ ଦେହରେ କୋଭାକ୍ସିନର ପରୀକ୍ଷା କରାଯିବ ।

କୋଭାକ୍ସିନର ହ୍ୟୁମାନ ଟ୍ରାଏଲ ପାଇଁ ସ୍ୱଇଚ୍ଛାରେ ସାମିଲ ହେବାକୁ ସୁସ୍ଥ ଲୋକଙ୍କ ପାଇଁ ଆସନ୍ତାକାଲିଠୁ ପଞ୍ଜିକରଣ ଆରମ୍ଭ କରିବ ଏମସ । ଯେଉଁମାନଙ୍କ ପାଖରେ ଅନ୍ୟ କୌଣସି ରୋଗ ନଥିବ ଏବଂ ସେମାନେ କୋଭିଡ ସଂକ୍ରମିତ ହୋଇ ନଥିବେ, ସେମାନଙ୍କର ବୟସ ୧୮ରୁ ୫୫ ବର୍ଷ ବୟସ ହୋଇଥିବ।କୋଭାକ୍ସିନକୁ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ ସହ ମିଶି ଆଇସିଏମଆର ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜି ମିଳିତ ଭାବରେ ବିକଶିତ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: