ଭୟଙ୍କର ରୂପ ଦେଖାଉଛି ମହାମାରୀ, ଭାଙ୍ଗିଲା ସବୁ ରେକର୍ଡ

ଭୟଙ୍କର ରୂପ ଦେଖାଉଛି ମହାମାରୀ, ଭାଙ୍ଗିଲା ସବୁ ରେକର୍ଡ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ସବୁ ରେକର୍ଡ ଭାଙ୍ଗିଲା କୋରୋନା। ଦିନକୁ ଦିନ ଭୟଙ୍କର ପରିସ୍ଥିତି ସୃଷ୍ଟି କରୁଛି କୋଭିଡ-19। ପୂର୍ବର ସମସ୍ତ ରେକର୍ଡ ଭାଙ୍ଗି ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୮୩ ହଜାର ୮୮୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ୩୮ ଲକ୍ଷ ପାର କରିଛି କୋରୋନା । ପୂର୍ବରୁ ଅଗଷ୍ଟ ୨୯ରେ ସର୍ବାଧିକ ୭୮ ହଜାର ୪୭୯ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ।

ସେହିପରି ଦେଶରେ ବୁଧବାର ୧୦୪୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। ଆମେରିକା, ବ୍ରାଜିଲ, ଋଷକୁ ଛାଡ଼ି ଅନ୍ୟ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା, ଭାରତର ଆକ୍ଟିଭ ମାମଲାଠାରୁ କମ୍‌। ପୁଣି ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ କମିଯାଉଥିବା ଜଣାପଡ଼ିଛି। ସମଗ୍ର ଦେଶରେ ୩୮ଲକ୍ଷ ୫୩ ହଜାର ୪୦୭ ଜଣ କୋରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଦେଶରେ ବର୍ତ୍ତମାନ ସୁଦ୍ଧା ୮ଲକ୍ଷ ୧୫ ହଜାର ୫୩୮ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏଥିସହ ୨୯ଲକ୍ଷ ୭୦ ହଜାର ୪୯୩ ଜଣ ସୁସ୍ଥ ହୋଇଛନ୍ତି। ଆମେରିକା, ବ୍ରାଜିଲରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଭାରତଠାରୁ ବହୁତ କମ୍‌ ରହୁଛି । ଆମେରିକା ଓ ବ୍ରାଜିଲରେ ୧ କୋଟିରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବା ବେଳେ ୩ ଲକ୍ଷ ୧୩ହଜାର ଲୋକଙ୍କ ମୃତ୍ୟୁ ହୋଇସାରିଛି। ଗତ ୨୪ଘଣ୍ଟାରେ ଆମରିକାରେ ୪୦ହଜାର ୮୯୯ ଓ ବ୍ରାଜିଲରେ ୪୮ ହଜାର ୬୩୨ ଜଣ ସଂକ୍ରମିତ ହୋଇଛନ୍ତି। ସମଗ୍ର ବିଶ୍ବରେ ମୋଟ ୨ କୋଟି ୬୧ ଲକ୍ଷ ୭୭ ହଜାର ୬୦୩ ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି। ଏଥିସହ ମୋଟ ୮ ଲକ୍ଷ ୬୭ ହଜାର ୩୪୭ ଲୋକଙ୍କର ଜୀବନ ଗଲାଣି ।

%d bloggers like this: