ବିଶ୍ୱର ସବୁଠୁ ପୁରୁଣା ଦମ୍ପତ୍ତି, ଜାଣନ୍ତୁ ସେମାନଙ୍କ ବିଷୟରେ…

ବିଶ୍ୱର ସବୁଠୁ ପୁରୁଣା ଦମ୍ପତ୍ତି, ଜାଣନ୍ତୁ ସେମାନଙ୍କ ବିଷୟରେ…

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବିବାହର ୭୯ ବର୍ଷ ପୂରଣ ହେବା ପରେ ୱାର୍ଲ୍ଡ ରେକର୍ଡ କଲେ ଇକ୍ବାଡୋରିଆର ବୃଦ୍ଧ ଦମ୍ପତ୍ତି। ବିଶ୍ବର ସବୁଠୁ ବୟସ୍କ ଦମ୍ପତ୍ତି ଭାବେ ‘ଗିନିଜ ବୁକ୍‌ ରେକର୍ଡ’ କରିଛନ୍ତି ଇକ୍ବାଡୋରିଆର ଜୁଲିଆ ସେସର ମୋରା ତାପିଆ ଓ ୱାଲଡ୍ରାମିନା କ୍ବିଣ୍ଟରୋସ। ଏବେ ତାପିଆଙ୍କୁ ୧୧୦ ଓ କ୍ବିଣ୍ଟରୋସଙ୍କୁ ୧୦୪ ବର୍ଷ। ରୋମିଓ-ଜୁଲିଏଟ, ହିର୍‌-ରାଞ୍ଜା ଓ ଲୈଲା-ମଜନୁ, ଏମାନଙ୍କ ପ୍ରେମ କାହାଣୀ ତ ଆପଣ ଶୁଣିଥିବେ। ହେଲେ ତାପିଆ ଓ କ୍ବିଣ୍ଟରୋସଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର ଲଭ୍‌ ଷ୍ଟୋରୀଠାରୁ ମଧ୍ୟ କମ୍‌ ନୁହେଁ। କାରଣ ଉଭୟ ପରିବାର ଲୋକଙ୍କ ବାରଣ ସତ୍ତ୍ବେ ୧୯୪୧ ମସିହା ଫେବ୍ରୁଆରୀ ୭ତାରିଖରେ ଲୁଚିକି ବିବାହ କରିଥିଲେ।


ଦୀର୍ଘ ୮୦ବର୍ଷର ପ୍ରେମ, ଏକାଠି ରହିବାର ନିଶା ସେମାନଙ୍କୁ ଶେଷରେ ବିଶ୍ବ ରେକର୍ଡ କରିବାରେ ସଫଳ ହୋଇଛି। ତାପିଆ ୧୯୧୦ ମସିହା ମାର୍ଚ୍ଚ ୧୦ ତାରିଖରେ ଜନ୍ମ ହୋଇଥିବା ବେଳ କ୍ବିଣ୍ଟରୋସ ୧୯୧୫ ମସିହା ଅକ୍ଚୋବର ୧୦ତାରିଖର ଜନ୍ମ ହୋଇଥିଲେ। ଏକ ବିବାହ ଉତ୍ସବରେ ଉଭୟଙ୍କ ଭେଟ ହେବା ପରେ ଆରମ୍ଭ ହୋଇଥିଲା ସେମାନଙ୍କ ପ୍ରେମ କାହାଣୀ । ସାତ ବର୍ଷର ପ୍ରେମ ପରେ ବିବାହ କରିଥିଲେ। ଉଭୟ ଘର ଲୋକଙ୍କ ଅସନ୍ତୋଷ ଯୋଗୁ ଉଭୟ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ସାଙ୍ଗସାଥୀଙ୍କୁ ନେଇ ଇକ୍ବିଡୋରାର ରାଜଧାନୀ କ୍ବିଟୋରେ ଥିବା ଏକ ପୂରାତନ ଚର୍ଚ୍ଚରେ ବିବାହ କରିଥିଲେ। ବିବାହ ଉତ୍ସବରେ ଉଭୟ ପରିବାରର କେହି ବି ଜଣେ ଉପସ୍ଥିତ ନଥିଲେ। ହେଲେ କିଛି ବର୍ଷ ପରେ ପରିବାରକୁ ଏକାଠି କରିବାରେ ସକ୍ଷମ ହୋଇଥିଲେ ଦମ୍ପତ୍ତି। ତାପିଆ ଓ କ୍ବିଣ୍ଟରୋସ ପେଷାରେ ଦୁଇ ଜଣ ଶିକ୍ଷକ। ବୃଦ୍ଧ ଦମ୍ପତ୍ତିଙ୍କ ୫ ପିଲା ସହ ୧୧ ନାତି, ୨୧ଜଣ ନାତୁଣୀ ଓ ୯ ଜଣ ଅଣ ନାତିନାତୁଣୀ ସହ ବଡ଼ ପରିବାର ରହିଛି। ବଡ଼ ପୁଅର ୫୮ ବର୍ଷରେ ମୃତ୍ୟୁ ହୋଇଛି । ସେମାନଙ୍କ ସ୍ବାସ୍ଥ୍ୟ ଠିକ୍‌ ଥିବା ସହ ପ୍ରେମ ବି ପୂର୍ବ ପରି ଅତୁଟ ଥିବା ସେମାନେ କହିଛନ୍ତି। ଏହାସହ ଖୁବଶୀଘ୍ର କୋରୋନା ମହାମାରୀ ପରେ ସେମାନଙ୍କ ପରିବାର ଲୋକଙ୍କୁ ଏକାଠି ଦେଖିବା ପାଇଁ ଅପେକ୍ଷା କରିଥିବା କହିଛନ୍ତି।

%d bloggers like this: