୫ ଦିନ ବନ୍ଦ ରହିବ ଘଟଗାଁ ତାରିଣୀ ପୀଠ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ପରେ କଟକଣା କଡାକଡି ହୋଇଛି। ଏହାସହ ବଡଦିନ ଓ ନୂଆବର୍ଷରେ ଭିଡ ବଢିବା ଆଶଙ୍କାରେ ୫ ଦିନ ବନ୍ଦ ରହିବ କେନ୍ଦୁଝର ଘଟଗାଁର ମାଆ ତାରିଣୀ ମନ୍ଦିର। ଆସନ୍ତା ୨୫, ୨୬, ୩୧ ଓ ଜାନୁଆରି ୧ ଓ ୨ରେ ବନ୍ଦ ରହିବ ମନ୍ଦିର । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିର ବନ୍ଦ ରଖିବାକୁ ମନ୍ଦିର ଟ୍ରଷ୍ଟ ବୋର୍ଡ଼ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି। ତେବେ ସାଧାରଣ ଦର୍ଶନ ବନ୍ଦ ରହିଥିଲେ ହେଁ ମନ୍ଦିର ନିତିକାନ୍ତି ଚାଲୁ ରହିବ।ଏହି ନିଷ୍ପତ୍ତିକୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ର କୁମାର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *