ଧାମନଗର ଉପନିର୍ବାଚନ: ଦଳୀୟ ନେତୃତ୍ବଙ୍କ ଉପରେ ନରସିଂହଙ୍କ କୋପ

ଧାମନଗର ଉପନିର୍ବାଚନ: ଦଳୀୟ ନେତୃତ୍ବଙ୍କ ଉପରେ ନରସିଂହଙ୍କ କୋପ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଧାମନଗର ଉପନିର୍ବାଚନରେ କଂଗ୍ରେସ ଅମାନତ ହରେଇବାକୁ ନେଇ ଦଳୀୟ ନେତୃତ୍ବଙ୍କ ବିରୁଦ୍ଧରେ ଅସନ୍ତୋଷ ପ୍ରକାଶ କଲେ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଉପନିର୍ବାଚନର ଫଳାଫଳ କଂଗ୍ରେସ ପାଇଁ ଅତି ନୈରାଶ୍ୟ ଜନକ । ମୁଁ ସେଥି ପାଇଁ ମର୍ମାହତ । ଗଲା ଥର ଯେତିକି ପାଇଥିଲୁ ତାର ଅଧାରୁ ବି କମ ଭୋଟ ମିଳିଛି । ତେଣୁ କଂଗ୍ରେସ ଦଳର ନେତୃବୃନ୍ଦ ଓ ହାଇକମାଣ୍ଡ ସମସ୍ତେ ଏହାକୁ ଗୁରୁତର ସହ ନେବା କଥା। କେଉଁଠି ଭୁଲ ରହିଲା,ଦଳର ନୀତି ଆଦର୍ଶ ଭୁଲ ରହିଲା କି ନେତୃତ୍ୱରେ ଭୁଲ ରହିଲା କିମ୍ବା କାହାର ଅବହେଳା ହୋଇଛି ତୁରନ୍ତ ବୈଠକ ଡାକି ସମୀକ୍ଷା କରିବାର ଆବଶ୍ୟକତା ରହିଛି । ନଚେତ ଆଗାମୀ ଦିନରେ କଂଗ୍ରେସ ନିଶ୍ଚିହନ ହୋଇ ଯାଇପାରେ । ଧାମନଗରରେ କଂଗ୍ରେସ ଦଳର ପ୍ରାଥି ଥିଲା କି ନାହିଁ ମୁଁ ଜାଣିନି । ପ୍ରାଥି ଚୟନ ବାବଦରେ ମୋ ସହ କେହି ଆଲୋଚନା କରି ନାହାନ୍ତି । ମୁଁ ଭାବୁଛି ଆଉ କେହି ସେଠି ପ୍ରାଥି ବୋଧେ ନଥିଲେ ବୋଲି କହିଲେ ନରସିଂହ । କଂଗ୍ରେସ ତା ଡ଼ିପୋଜିଟ୍ ରଖିବ କଣ ଓଲଟା ୩ ହଜାରକୁ ଖସିଲା ।

ବିଜେଡି ଭିତରେ ଫାଟ ହେଲା ବିଜେପି ତାର ସୁଯୋଗ ନେଲା । ଏହାଛଡ଼ା ଯିଏ ବିଧାୟକ ଥିଲେ ସେଠି ଲୋକେ ତାଙ୍କୁ ଭଲ ପାଉଥିଲେ । ଏବଂ ତାଙ୍କ ପୁଅ ମଧ୍ୟ ମିଷ୍ଟ ଭାଷୀ । ସରଳ ପ୍ରକୃତିର । ତାହା ବି ଭୋଟରଙ୍କ ଉପରେ ପ୍ରଭାବ ପକାଇଛି । ବିଜେଡି ବାରମ୍ବାର ଜିତିବା ପରେ ଅହଂ ଭାବ ବଢି ଯାଇଛି । ସେ ଧରି ନେଇଛନ୍ତି ଲୋକେ ଆମକୁ ଭୋଟ ଦେବା ପାଇଁ ବାଧ୍ୟ । ନବୀନ ବାବୁ ଯାହାକୁ କହିବେ ସେ ଲାଇଟ ପୋଷ୍ଟ ହେଲେ ବି ଲୋକେ ଭୋଟ ଦେବା ପାଇଁ ବାଧ୍ୟ । ମହିଳା ମାନେ ବିଜେଡି ସହ ଅଛନ୍ତି ଏ ସବୁ ଭୁଲ ବୋଲି ପ୍ରମାଣିତ ହୋଇଛି । ଅତ୍ୟଧିକ ଔଧତ୍ୟ କି ଗର୍ବ ରହି ନାହିଁ କି ରହିବ ନାହିଁ । ସ୍ୱାଧୀନ ପ୍ରଥି ବି ବଡ଼ ଫ୍ୟାକ୍ଟର । ନବୀନ ବାବୁ ଙ୍କ ନାଁ ରେ ଭୋଟ ଜିତିଛନ୍ତି ଆଉ ଯଦି ହାରୁଛନ୍ତି ନବୀନ ବାବୁ ବି ଦାୟୀ । ଏଥିରୁ ସ୍ପଷ୍ଟ ଲୋକେ ନବୀନ ପଟ୍ଟନାୟକ ଙ୍କୁ ନା ପସନ୍ଦ କରିବା ଆରମ୍ଭ କଲେଣି । ହାରିବା ପରେ ଲାଗୁଛି କିଛି ପରିମାଣରେ ଅହଂ ଭାବ ଟିକିଏ କମିଲା ଭଳି ଲାଗୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: