ଧାମନଗରକୁ ଅବେହେଳା କରିବାର ଫଳ ପାଇଛି ବିଜେଡି: ପୃଥ୍ୱୀରାଜ ହରିଚନ୍ଦନ

ଧାମନଗରକୁ ଅବେହେଳା କରିବାର ଫଳ ପାଇଛି ବିଜେଡି: ପୃଥ୍ୱୀରାଜ ହରିଚନ୍ଦନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ଭାବି ଚିନ୍ତି କହିନାହାନ୍ତି, ଆଉ ଜଣେ ପଛରୁ କହିବାରୁ ସେ ଏକଥା କହିଲେ। ଧାମନଗରରେ ଜଣେ ଦିବଂଗତ ନେତାଙ୍କ ପୁଅ ଠିଆ ହେଉଛନ୍ତି, ନବୀନ ବାବୁ ମଧ୍ୟ ନିଷ୍ପତି ନେଇ ପ୍ରାଥୀତ୍ୱ ଦେଇ ନଥାନ୍ତେ। ସେଠି ପ୍ରାଥୀତ୍ୱ ଦେଇ ଲୋକଙ୍କୁ ଧମକ ଚମକ ଦେଇ, ବ୍ୟାପକ ଟଙ୍କା ବାଣ୍ଟି ଫେଲ ମାରିବା ପରେ ଏବେ ଯେଉଁ କଥା କହୁଛନ୍ତି ବୁଢ଼ା ବାଘ ହାତରେ କଙ୍କଣ ଧରିବା ଭଳି। ଏଭଳି ମିଥ୍ୟା ଜଣେ ବାଇଶି ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଶୋଭା ପାଉନି, ଭାରତୀୟ ଜନତା ପାର୍ଟି ନିଜ ଦମରେ ଜିତିଛି ଏବଂ ଧାମନଗର ବାସୀଙ୍କୁ ମଧ୍ୟ ଧନ୍ୟବାଦ।

ଭ୍ରଷ୍ଟାଚାର, ଅନ୍ୟାୟ, ଅତ୍ୟାଚାର ସୀମା ପାର କରିଯାଏ, ଏହାକୁ ଲୋକମାନେ ବୁଝିଯାନ୍ତି, ସେତେବେଳେ ଓଡିଶାରେ ସରକାରରେ ପରିବର୍ତନ ହୋଇଥିବା ଇତିହାସରେ ଅଛି, ଧାମନଗରବାସୀ ବିଦ୍ରୋହର ସୂତ୍ରପାତ କଲେ ଏହା ଆଗାମୀ ଦିନରେ ପ୍ରତିଧ୍ବନିତ ହେବ।ମହିଳାମାନେ ବିଜେଡିକୁ ଭୋଟ ଦିଅନ୍ତି ବୋଲି ବିଜେଡି ଯେଉଁ ଦମ୍ଭୋକ୍ତି କରେ, ଧାମନଗରରେ ମହିଳାମାନେ ବିଜେଡିକୁ ପ୍ରତ୍ୟାଖାନ କଲେ।ଧାମନଗର ଅଂଚଳକୁ ଲମ୍ବା ସମୟ ଧରି ଅବହେଳିତ କରି ରଖିଥିଲେ ସରକାର ତାର ପ୍ରତିଫଳନ ଏହି ଫଳାଫଳ।ଧାମ ନଗରର ନଈପାଖ କିଛି ପଂଚାୟତରେ ଯାଜପୁର ଜିଲ୍ଲାର କିଛି ନେତା ହସ୍ତ ମୁଦି ମାହଲ ଭଳି ବ୍ୟବହାର କରୁଥିଲେ ତାହାର ମଧ୍ୟ ପ୍ରଚଣ୍ତ ପ୍ରତିକ୍ରିୟା ଥିଲା।ରାଜୁ ବାବୁ ବିଦ୍ରୋହ ଆରମ୍ଭ କଲେ ୧୪୭ନିର୍ବାଚନ ମଣ୍ଡଳୀରେ ବିଦ୍ରୋହିଙ୍କ ଭୂମିକା ଏବେ ବିଜେଡି ଦେଖିବ । କୌଣସି ମୁହୂର୍ତରେ ବୋମା ଫୁଟିବ, ଅପେକ୍ଷା କରୁ ବିଜୁ ଜନତା ଦଳ। ନିଜ ସମ୍ମାନ ଏବଂ ସ୍ୱାଭିମାନକୁ ରଖିବା ପାଇଁ ଭୋଟ ଦେଇଛନ୍ତି ଧାମନଗରବାସୀ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: