ଅଶୋକ ଗେହଲୋତଙ୍କ ଭବିଷ୍ୟତ ହୋଇସାରିଛି ସ୍ଥିର! ପ୍ରିୟଙ୍କାଙ୍କ ନିକଟତର କଂଗ୍ରେସ ନେତା କହିଲେ ଏହି ବଡ଼ କଥା

ଅଶୋକ ଗେହଲୋତଙ୍କ ଭବିଷ୍ୟତ ହୋଇସାରିଛି ସ୍ଥିର! ପ୍ରିୟଙ୍କାଙ୍କ ନିକଟତର କଂଗ୍ରେସ ନେତା କହିଲେ ଏହି ବଡ଼ କଥା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: Rajasthan Congress: ଦେଶର ସର୍ବପୁରାତନ ଦଳ କଂଗ୍ରେସ (Congress) କୁ ନୂଆ ଅଧ୍ୟକ୍ଷ ମିଳିଛି । ବର୍ତ୍ତମାନ ଦଳର କମାଣ ମଲ୍ଲିକାର୍ଜୁନ ଖରଗେ (Mallikarjun Kharge) ଙ୍କ ହାତରେ ରହିଛି । କିନ୍ତୁ କଂଗ୍ରେସରେ ଅନେକ ସମସ୍ୟା ଓ ବିବାଦ ଲାଗି ରହିଛି, ଯାହାର ସମାଧାନ କରିବାକୁ ବାକି ରହିଛି । ସେଥି ମଧ୍ୟରୁ ଗୋଟିଏ ବଡ଼ ସଂକଟ ହେଉଛି ରାଜସ୍ଥାନରେ ଚାଲିଥିବା ବିବାଦ । ଦଳ ଏପର୍ଯ୍ୟନ୍ତ ରାଜସ୍ଥାନ ସଂକଟ (Rajasthan Congress Crisis) ଶେଷ କରିବାରେ ସକ୍ଷମ ହୋଇପାରି ନାହିଁ । ଶନିବାର ପ୍ରିୟଙ୍କା ଗାନ୍ଧୀ (Priyanka Gandhi) ଓ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ (Sachin Pilot) ଙ୍କ ନିକଟତର ବୋଲି ମନେ କରାଯାଉଥିବା କଂଗ୍ରେସ ନେତା (Congress Leader) ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ (Acharya Pramod Krishnam) ଏକ ବୟାନ ଦେଇଛନ୍ତି । ଯାହା ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ (Rajasthan CM) ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଜୟପୁରରେ କଂଗ୍ରେସ ନେତା ପ୍ରମୋଦ କୃଷ୍ଣମ କହିଛନ୍ତି ଯେ, “ମୁଁ ଏତିକି କହିପାରେ ଯେ କଂଗ୍ରେସ ନେତୃତ୍ୱଙ୍କ ଯାହା ବି ନିଷ୍ପତ୍ତି ହେବ, ତାହାକୁ ଦଳର ପ୍ରତ୍ୟେକ ବିଧାୟକ ଗ୍ରହଣ କରିବେ । ରାଜସ୍ଥାନକୁ ଖୁବ୍ ଶୀଘ୍ର ଶୁଭ ସକାଳ ଦେଖିବାକୁ ମିଳିବ ।” ଜୟପୁର ଗସ୍ତରେ ଆସିଥିବା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି ଯେ, ଖୁବ ଶୀଘ୍ର କଂଗ୍ରେସ ନେତୃତ୍ୱ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଅତୀତରେ ଯାହା ଘଟିଥିଲା, ତାହା ​​ମଲ୍ଲିକାର୍ଜୁନ ଖଡ଼ଗେ (Mallikarjun Kharge) ଓ ଅଜୟ ମାକନ (Ajay Maken) ଙ୍କ ସାମ୍ନାରେ ଘଟିଛି । ଏହି ପୂରା ଘଟଣାକ୍ରମକୁ ନେଇ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇସାରିଛନ୍ତି । ଶୀଘ୍ର ଏହାକୁ ସାର୍ବଜନୀନ କରାଯିବ । ପ୍ରମୋଦ କୃଷ୍ଣମ ଏହା ମଧ୍ୟ କହିଛନ୍ତି ଯେ, ହାଇ କମାଣ୍ଡଙ୍କ ନିଷ୍ପତ୍ତିକୁ ସମସ୍ତ କଂଗ୍ରେସ ବିଧାୟକ (Congress MLA) ଗ୍ରହଣ କରିବାକୁ ପଡ଼ିବ ।

ଏଠାରେ କହି ରଖୁଛୁ ଯେ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କୁ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ନିକଟତର ନେତାମାନଙ୍କ ମଧ୍ୟରୁ ଜଣେ ମନେ କରାଯାଏ । ତାଙ୍କ ବୟାନ ଏପରି ଏକ ସମୟରେ ଆସିଛି ​​ଯେତେବେଳେ ରାଜସ୍ଥାନରେ କଂଗ୍ରେସ ମଧ୍ୟରେ ଗୋଷ୍ଠୀ କନ୍ଦଳ ଲାଗି ରହିଛି । ନିକଟ ଅତୀତକେ ଅଶୋକ ଗେହଲୋତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଥିଲେ । ଯାହା ପରେ ସଚିନ ପାଇଲଟ କଟାକ୍ଷ କରି ଏହାକୁ ରୋଚକ ଘଟଣାକ୍ରମ କହିଥିଲେ ଓ ଦଳର ହାଇକମାଣ୍ଡଙ୍କୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ପଦକୁ ନେଇ ‘ଅନିର୍ଦ୍ଦିଷ୍ଟତା’ର ସ୍ଥିତିକୁ ଶେଷ କରିବାକୁ ଅନୁରୋଧ କରିଥିଲେ ।

ସୂଚନାଯୋଗ୍ୟ, ଚଳିତ ବର୍ଷ ସେପ୍ଟେମ୍ବର ୨୫ରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ କଂଗ୍ରେସ ବିଧାୟକ ଦଳ (CLP) ର ଏକ ବୈଠକ ଡକାଯାଇଥିଲା । ଏହାକୁ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପୂର୍ବରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବଦଳାଇବା ପାଇଁ ଏହା ଏକ ପ୍ରୟାସ ରୂପେ ଦେଖାଯାଉଥିଲା । କାରଣ ଅଧ୍ୟକ୍ଷ ପଦ ରେସରେ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ସବୁଠାରୁ ଆଗରେ ଥିଲେ । ତେବେ CLP ବୈଠକ ହୋଇପାରି ନଥିଲା । କାରଣ ଗେହଲୋତଙ୍କ ପ୍ରତି ବିଶ୍ୱସ୍ତ ବିଧାୟକମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଶାନ୍ତି ଧାରୀୱାଲଙ୍କ ବାସଭବନରେ ସମାନ ଭାବେ ଏକ ବୈଠକ କରି ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରିବା ପାଇଁ କୌଣସି ସମ୍ଭାବିତ ପଦକ୍ଷେପ ବିରୋଧରେ ବାଚସ୍ପତି ସିପି ଯୋଶୀଙ୍କ ନିକଟରେ ନିଜର ଇସ୍ତଫା ପତ୍ର ଦାଖଲ କରିଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: