ସୋନିଆ ଓ ଅହମ୍ମଦଙ୍କୁ ମିଳିଥାନ୍ତା ଅଗଷ୍ଟା ଡିଲ୍ ଟଙ୍କା !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଡିଲକୁ ନେଇ କଂଗ୍ରେସ ଉପରେ ନିଶାନା ସାଧିଲା ବିଜେପି। ବିଜେପି କହିଛି, ସୋନିଆ ଗାନ୍ଧି ଓ ଅହମ୍ମଦ ପଟେଲଙ୍କୁ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ଡିଲରୁ ମିଳିବାର ଥିଲା ୭ ଶହ କୋଟି ଟଙ୍କା।ତେବେ ଏହା ନ ମିଳିବାରୁ ସେମାନେ ପ୍ରତିକ୍ରିୟାଶୀଳ ହୋଇ ଉଠିଥିଲେ। ଏହାସହ ବିଜେପି ପ୍ରଶ୍ନ କରିଛି, କଂଗ୍ରେସ କାହିଁକି ଅଭିଯୋଗ ଉପରେ ରଖୁନାହିଁ ସ୍ପଷ୍ଟୀକରଣ। କାରଣ ଏପରି ସଂଗୀନ ଅଭିଯୋଗ ପରେ ବି କଂଗ୍ରେସ ପକ୍ଷରୁ କେହି ମୁହଁ ଖୋଲି ନାହାନ୍ତି।

ପୂର୍ବରୁ ୩ ହଜାର କୋଟି ଟଙ୍କାର ଏହି ହେଲିକପ୍ଟର ଦୁର୍ନୀତି ମାମଲାର ତଦନ୍ତ ବେଳେ ଗିରଫ ହୋଇଥିବା ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜୀବ ସାକ୍ସେନାଙ୍କ ବୟାନ ରେକର୍ଡ କରାଯାଇଥିଲା । ଏବେ କିନ୍ତୁ ସକ୍ସେନା ଜାମିନରେ ଅଛନ୍ତି। ସେ ହେଉଛନ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ତଦନ୍ତ ବେଳେ ସେ ତାଙ୍କ ବୟାନରେ କଂଗ୍ରେସ ନେତା ଅହମଦ ପଟେଲ, ସଲମାନ ଖୁର୍ସିଦଙ୍କ ନାମ କହିଥିଲେ। ଏହି ମାମଲାରେ ପୂର୍ବରୁ ଗିରଫ ହୋଇଥିଲେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ ପୁରୀ। ଏବେ ସେ ଜାମିନରେ ଅଛନ୍ତି। ଏହି ଦୁର୍ନୀତି ମାମଲାର ତଦନ୍ତ ଉଭୟ ଇଡି ଏବଂ ସିବିଆଇ କରୁଛନ୍ତି। ଇଡି କେବଳ ଆର୍ଥିକ ମାମଲାର ତଦନ୍ତ କରୁଛି।

%d bloggers like this: