ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଚଳିତ ବର୍ଷ ମଧ୍ୟ ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ହେବନାହିଁ। ତେଣୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏବେ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନଗୁଡ଼ିକର କାର୍ଯ୍ୟକ୍ରମ ପୂରା ମାନ୍ଦା ପଡ଼ିଯାଇଛି । କୋରୋନା ପାଇଁ ପରୀକ୍ଷା ଫଳ ପ୍ରକାଶନରେ ବିଳମ୍ବ ଘଟିଥିବାରୁ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପ୍ରକ୍ରିୟା ଶେଷ ହେବା ବେଳକୁ ପୂଜାଛୁଟି ଆସିଯାଇଥିବ। ଏହାବ୍ୟତୀତ ଯୁକ୍ତ ତିନି, ସ୍ନାତକୋତ୍ତର ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଯାବତ୍‍ ବହୁ ପରୀକ୍ଷା ବାକି ଅଛି। ଏପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର କ୍ୟାମ୍ପସରେ ପାଠପଢ଼ା ସବୁ ଶ୍ରେଣୀ ପାଇଁ ସ୍ୱାଭାବିକ ହୋଇନାହିଁ। ଏ ପରିପ୍ରେକ୍ଷୀରେ ଛାତ୍ର ସଂସଦ ନିର୍ବାଚନ କରାଗଲେ ପୁଣି ବିଭ୍ରାଟ ଉପୁଜିବା ସହ କୋଭିଡ୍ କଟକଣା ଉଲ୍ଲଂଘନର ଆଶଙ୍କା ରହିଛି ବୋଲି ଛାତ୍ର ସଂସଦ ଦାୟିତ୍ବରେ ଥିବା ବରିଷ୍ଠ ଅଧ୍ୟାପକମାନେ ମତ ଦେଇଛନ୍ତି।

ଗତବର୍ଷ କୋରୋନା ଯୋଗୁ ଶିକ୍ଷାନୁଷ୍ଠାନଗୁ଼ଡ଼ିକ ବନ୍ଦ ରହିବା ସହ ଲକଡାଉନ୍‍ ଓ ସଟ୍‍ଡାଉନ ବଳବତ୍ତର ଥିଲା। ତେଣୁ ୨୦୨୦ରେ ଛାତ୍ର ସଂସଦ ନିର୍ବାଚନ କରାଯାଇ ନ ଥିଲା। ଏହା ପୂର୍ବରୁ ମଧ୍ୟ ଦୁଇ ତିନିବର୍ଷ ଧରି ଆଇନ୍‍ ଶୃଙ୍ଖଳା ସମସ୍ୟା ଆଳରେ ଛାତ୍ର ସଂସଦ ନିର୍ବାଚନ ମଧ୍ୟ ବନ୍ଦ ରହିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: