ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଉଛି ଅଧିକ କାମ

ମହିଳାଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଉଛି ଅଧିକ କାମ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆଜିକା ସମୟରେ ବିଶ୍ଵର ସବୁ ଦେଶରେ କର୍ମଜୀବୀ ମହିଳାଙ୍କ ସଂଖ୍ୟା ବୃଦ୍ଧି ପାଇଛି, ତାଛଡା ଘରେ ରହୁଥିବା ମହିଳାମାନେ ମଧ୍ୟ ଦିନ ରାତି ପରିଶ୍ରମ କରୁଛନ୍ତି। କିନ୍ତୁ ଏବେ ମହିଳାଙ୍କୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୃଥିବୀରେ ବିଭିନ୍ନ ଦେଶରେ କାର୍ଯ୍ୟ ଚାପ ଯୋଗୁ ମହିଳାଙ୍କ ଯୌନ ଜୀବନ ଅଧିକ ପ୍ରଭାବିତ ହେବାରେ ଲାଗିଛି। ଗୃହିଣୀମାନେ ଘର କାମ ସହିତ ରନ୍ଧାବଢ଼ା, ଘର ପୋଛା , ପିଲାଙ୍କ ଯତ୍ନ ନେଇ ନେଇ ହାଲିଆ ହେଉଛନ୍ତି। ସେହିପରି କର୍ମଜୀବୀ ମହିଳାମାନେ ନିଜ ପାଇଁ ମଧ୍ୟ ସମୟ ପାଉ ନାହାନ୍ତି। ଫଳରେ ସେମାନଙ୍କଠାରେ ଯୌନ ଆଗ୍ରହ କମିବାରେ ଲାଗିଛି। ଏହା ସେମାନଙ୍କର ପ୍ରଜନନ କ୍ଷମତା ଉପରେ ମଧ୍ୟ ପ୍ରଭାବ ପକାଉଛି।

ସପ୍ତାହରେ ପୁରୁଷମାନେ ୪୨ ଘଣ୍ଟା କାମ କରୁଥିବାବେଳେ ମହିଳାମାନେ ୧୧୨ ଘଣ୍ଟା କାମ କରିଥାନ୍ତି ବୋଲି ଷ୍ଟାନଫୋର୍ଡ ୟୁନିଭରସିଟି ଦ୍ୱାରା ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। କର୍ମଜୀବୀ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ପୁରୁଷମାନେ ସପ୍ତାହରେ ୫୧ ଘଣ୍ଟା ଏବଂ ମହିଳାମାନେ ୧୨୬ ଘଣ୍ଟା କାମ କରୁଥିବା ଏହି ଗବେଷଣା ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଯାହାକି ପୁରୁଷଙ୍କ ତୁଳନାରେ ପ୍ରାୟ ତିନି ଗୁଣା ଅଧିକ।ତଥାପି ମହିଳାମାନଙ୍କୁ ମିଳୁଥିବା ହାରାହାରି ପାରଶ୍ରମିକ ପୁରୁଷଙ୍କ ତୁଳନାରେ ୭୦ ଗୁଣା କମ ଅଟେ। ସମଗ୍ର ବିଶ୍ୱରେ ମହିଳାମାନେ ପୁରୁଷଙ୍କ ତୁଳନାରେ ୭୦ ଗୁଣା କମ ଟଙ୍କା ରୋଜଗାର କରନ୍ତି। ପୁରୁଷମାନଙ୍କ ତୁଳନାରେ ମହିଳାଙ୍କର ୭୬ ଗୁଣା କମ ସମ୍ପତ୍ତି ରହିଥିବା ଏହି ରିପୋର୍ଟରୁ ପ୍ରକାଶ ।

ମହିଳାମାନେ ଅଧିକ ପରିଶ୍ରମ କରନ୍ତି ଏବଂ ସର୍ବନିମ୍ନ ପାରିଶ୍ରମିକ ପାଆନ୍ତି, କାରଣ ମହିଳାଙ୍କ ଦ୍ୱାରା କରାଯାଉଥିବା ଶ୍ରମର ଏକ ବଡ଼ ଅଂଶ ବାଧ୍ୟତାମୂଳକ ଶ୍ରମ ଅଟେ। ମାଗଣା ଶ୍ରମ, ଯାହାକୁ ଘର କାମ କୁହାଯାଏ। ପରିବାର ପାଇଁ, ସ୍ବାମୀ, ପିଲାମାନଙ୍କ ପାଇଁ, ଶ୍ୱଶୁର ଏବଂ ଶାଶୁଙ୍କ ପାଇଁ ସେ ଶ୍ରମ କରୁଥିଲେ ମଧ୍ୟ କୌଣସି ପରିଶ୍ରମିକ ପାଆନ୍ତି ନାହିଁ ।ଏହି ସମସ୍ତ ତଥ୍ୟ ଏବଂ ଆକଳନ, କିଛି ନୂଆ ନୁହେଁ କିମ୍ବା ଏହା ପ୍ରଥମ ଥର ପାଇଁ କୁହାଯାଇ ନାହିଁ । ଗତ ୩୦ ବର୍ଷ ମଧ୍ୟରେ ବିଶ୍ୱରେ ୩୦୦୦ରୁ ଅଧିକ ଏହି ପରି ଅଧ୍ୟୟନ କରାଯାଇଛି, ଯାହା ଆମ ପରିବାର ତଥା ବିବାହ ପ୍ରତିଷ୍ଠାନ ମଧ୍ୟରେ କେତେ ଅସମାନ ଘରୋଇ ଶ୍ରମ ଅଛି ତାହା ଦର୍ଶାଇଛି। ଏବଂ ଲିଙ୍ଗଗତ ତାରତମ୍ୟ ଦର୍ଶାଇଛି। ତେବେ ଏହି କାମ ଚାପ କେବଳ ଯୌନ ଇଚ୍ଛା ମାରୁଛି ବା ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଉଛି ତାହା ନୁହେଁ ବରଂ ଏହା ମହିଳାମାନଙ୍କୁ ମାନସିକ ଏବଂ ଶାରୀରିକ ସ୍ତରରେ ଅସୁସ୍ଥ କରୁଥିବାର ଜଣାପଡିଛି।ଜାତିସଂଘ ଅନୁଯାୟୀ, କରୋନା ମହାମାରୀ ସମୟରେ ଲକଡାଉନ ଯୋଗୁ ମହିଳାଙ୍କ କାର୍ଯ୍ୟ ୧୭ ଗୁଣା ବୃଦ୍ଧି ପାଇଥିଲା। ଯେତେବେଳେ କି ପୁରା ପରିବାରର ପୁରୁଷଙ୍କ ପଖରେ କାର୍ଯ୍ୟର ଚାପ ବହୁତ କମ୍ ରହିଥିଲା।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: