ଜଣାପଡ଼ିଲା ପୃଥିବୀ ଧ୍ଵଂସ ହେବାର ସମୟ , ଧ୍ଵଂସ ପରେ ସ୍ଥିତି କିଛି ଏଭଳି ଦୟନୀୟ ହେବ

ଜଣାପଡ଼ିଲା ପୃଥିବୀ ଧ୍ଵଂସ ହେବାର ସମୟ , ଧ୍ଵଂସ ପରେ ସ୍ଥିତି କିଛି ଏଭଳି ଦୟନୀୟ ହେବ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପୃଥିବୀ ଦିନେ ନା ଦିନେ ଧ୍ଵଂସ ହେବ ବୋଲି ଉଭୟ ପୁରାଣ ଓ ବୈଜ୍ଞାନିକଙ୍କ ଗବେଷଣାରେ ଦର୍ଶାଇଛି। ଏହାର ଆଭାସ ମଧ୍ୟ କିଛି କିଛି ମିଳି ସାରିଲାଣି। ତେବେ କଳ୍ପନା କରନ୍ତୁ ଯଦି ଏହା ଘଟେ, ପରବର୍ତ୍ତୀ ଘଟଣା କ’ଣ ହେବ? ମନୁଷ୍ୟ ପ୍ରଜାତି ଏହି ବିନାଶରୁ ବଞ୍ଚି ପାରିବ କି? ଯଦି ମଣିଷ ବଞ୍ଚିଗଲା ତେବେ ସେମାନେ କିପରି ଜୀବନ ଅତିବାହିତ କାଟିବେ ? ଏହି ସମସ୍ତ ପ୍ରଶ୍ନର ଉତ୍ତର ପାଇବା ପାଇଁ, ବୈଜ୍ଞାନୀମାନେ କିଛି ବର୍ଷ ତଳେ’ଡୁମ୍ସ ଡେର ତତ୍ତ୍ୱ ପ୍ରଦାନ କରିଥିଲେ। ଏହା ପରେ, ‘ଡୁମ୍ସ ଡେ କ୍ଲକ’, ଏବଂ ‘ଡୁମ୍ସ ଡେ ୱାଲ୍ଟ’ ତତ୍ତ୍ୱ ଦ୍ରୁତ ଗତିରେ କାମ କରିଥିଲା।
ତଥାପି, କୌଣସି ବୈଜ୍ଞାନିକ ଆଧାର ମିଳି ନାହିଁ ଯେ ଦୁନିଆର ଅନ୍ତ ହେବ କି ନାହିଁ। କିନ୍ତୁ ଏହି ଚର୍ଚ୍ଚିତ ବିଷୟକୁ ନେଇ ନାସାର ଅନୁସନ୍ଧାନ ଏବେବି ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ନାସା ଦ୍ୱାରା ଲଞ୍ଚ କରାଯାଇଥିବା ଏକ ନୂତନ ମିଶନ୍ ଦୁନିଆକୁ ନେଇ ରହିଥିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନର ଉତ୍ତର ଖୋଜିବାରେ ସାହାଯ୍ୟ କରିପାରେ।
ନାସାର ଏହି ଅନୁସନ୍ଧାନ ଶୁକ୍ର ଗ୍ରହର ସହିତ ଜଡିତ। ସାଇନ୍ସ ଫୋକସ ରିପୋର୍ଟ ଅନୁଯାୟୀ, ‘ଏକ ସିଦ୍ଧାନ୍ତ ଏପରି ରହିଛି ଯେ ପୃଥିବୀ ପରି ଶୁକ୍ର ଅତୀତରେ ରହିଥିବ। ଏହି ଉତପ୍ତ ପ୍ଲାନେଟରେ ସମୁଦ୍ର ରହିଥିବ ଏବଂ ଟେକୋନିକ୍ ପ୍ଲେଟ୍ ମଧ୍ୟ ପୃଥିବୀର ପୃଷ୍ଠପରି ହୋଇଥିବ। କିଛି ବୈଜ୍ଞାନିକମାନେ ମଧ୍ୟ ବିଶ୍ଵାସ କରନ୍ତି ଯେ ଏହି ଗ୍ରହରେ ବହୁ ଆରବ ବର୍ଷ ଆଗରୁ ଜୀବନ ଥାଇପାରେ। ‘
ବିଶେଷଜ୍ଞଙ୍କ ଅନୁଯାୟୀ, ଶୁକ୍ରର ଡ୍ୟୁଟେରିୟମ୍-ହାଇଡ୍ରୋଜେନ୍ ଅନୁପାତ ପୃଥିବୀଠାରୁ ୧୦୦ ଗୁଣ ଅଧିକ ଅଟେ। ଏହାର କାରଣ ହେଉଛି, ‘ଶୁକ୍ର’ ଗ୍ରହରେ ପୂର୍ବରୁ ବହୁତ ଜଳ ରହିଥିବ, ଯାହା ବର୍ତ୍ତମାନ ଅଦୃଶ୍ୟ ହୋଇଯାଇଛି। ଶୁକ୍ର ସହିତ ଜଡିତ ଅନେକ କୁହୁଳିକାର ସମାଧାନ କରିବାକୁ, ନାସା ୨୦୨୮ ରୁ୨୦୩୦ ମସିହା ଭିତରେ ତାହାର DAVINCI+ Veritas Probes ସେଠାକୁ ଛାଡିବ।
Davinci + ମିଶନ୍ ଶୁକ୍ର ପୃଷ୍ଠକୁ ଯିବ, ଏବଂ ଏହା ପୁନର୍ବାର ଏହାର ଡ୍ୟୁଟେରିୟମ୍-ହାଇଡ୍ରୋଜେନ୍ ଅନୁପାତ ମାପିବ। ତେବେ ଏହା ପୂର୍ବରୁ ୧୯୭୦ ରୁ ୧୯୮୦ ରେ ମିଳିଥିବା ଅନୁପାତ ୧୦୦ ପ୍ରତିଶତ ସଠିକ୍ ବୋଲି ବିଚାର କରାଯାଇ ନପାରେ।
ସେହି ସମୟରେ ଆଉ ଏକ ସିଦ୍ଧାନ୍ତ ଦର୍ଶାଏ ଯେ ଜ୍ଵଳାମୁଖୀ ବିସ୍ଫୋରଣ କାରଣରୁ ଶୁକ୍ର ଗ୍ରହର ବାୟୁମଣ୍ଡଳରେ ଅଧିକ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ୍ ଉତ୍ପନ ହେଉଥିବ, ଯାହାକି ଏକ ବିପଜ୍ଜନକ ଗ୍ରୀନ୍ ହାଉସ୍ ଗ୍ୟାସ୍ ପ୍ରଭାବ କାରଣ ହୋଇଥିବ। ନାସା ହାଇ ରେଜୋଲୁସନ ସହିତ ଫଟୋଗ୍ରାଫ୍ ଏବଂ ରାଡାର ତଥ୍ୟ ମଧ୍ୟ ସଂଗ୍ରହ କରିବ, ଯାହାଫଳରେ ଶୁକ୍ରର ପୃଷ୍ଠ ବିଷୟରେ ଏକ ସଠିକ୍ ସୂଚନା ପାଇହେବ। ଏବଂ ଏହାର ପୃଷ୍ଠ ଓ ପରିବେଶକୁ ପୃଥିବୀ ସହ ତୁଳନା କରାଯାଇ ପାରିବ। ଶୁକ୍ର ସହିତ ଜଡିତ ସମସ୍ତ ଅନୁସନ୍ଧାନକୁ ଆକଳନ କରି ପୃଥିବୀ ବିନାସର ସମୟ ସ୍ଥିର କରାଯାଇ ପାରିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: