ପରଲୋକ ରେ ପଣ୍ଡିତ ଚାରଣ ରାମ ଦାସ

ପରଲୋକ ରେ ପଣ୍ଡିତ ଚାରଣ ରାମ ଦାସ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ବିଶିଷ୍ଟ ପ୍ରବଚକ ଚାରଣ ରାମଦାସଙ୍କ ପରଲୋକ। କୋଭିଡ୍‌ରେ ଆକ୍ରାନ୍ତ ହୋଇ ସେ ଚିକିତ୍ସିତ ହେଉଥିଲେ। ପୁରୀ କୋଭିଡ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ତାଙ୍କ ଦେହାନ୍ତ ଘଟିଛି। ଚାରଣ ରାମଦାସ ଜଣେ ଲୋକପ୍ରିୟ ପ୍ରବଚକ। ରାଜ୍ୟର ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ତାଙ୍କର କଥା ଶୁଣିବାକୁ ଲୋକମାନେ ବେଶ ଆଗ୍ରହ ପ୍ରକାଶ କରିଥାନ୍ତି । ହେଲେ ଆଜି ତାଙ୍କ ଦେହାନ୍ତରେ ଚାରିଆଡେ ଶୋକର ଛାୟା ଖେଳିଯାଇଛି । କିଛି ଦିନ ପୂର୍ବେ ସେ କରୋନା ସଂକ୍ରମିତ ହୋଇଥିଲେ। ଫୁସଫୁସ୍ ସଂକ୍ରମଣ ହେବାରୁ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହୋଇ ପଡିଥିଲା। ହେଲେ ଆଜି ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: