ଗାଁରେ ଚପଲ ପିନ୍ଧିବା ମନା, ଜାଣନ୍ତୁ କାହିଁକି ରହିଛି ଏପରି ନିୟମ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଖରାରେ ଚପଲ କିମ୍ବା ଜୋତା ନ ପିନ୍ଧି ଘରୁ ପାଦେବି ବାହାରକୁ ବାହାରିବା ସମ୍ଭବ ନୁହେଁ। ଯଦି ଆପଣଙ୍କୁ କେହି କୁହେ ଯେ ଜୋତା କିମ୍ବା ଚପଲ ନ ପିନ୍ଧି ଦିନସାରା ବୁଲିଲେ ମୋଟା ଅଙ୍କର ପୁରସ୍କାର ରାଶି ମିଳିବ, ଏହା ପରେ ମଧ୍ୟ ଆପଣ ପଛ ଘୁଞ୍ଚା ଦେବେ ନିଶ୍ଚୟ। ଅତି ବେଶିରେ ୧୦ ମିନିଟ୍ ପର୍ଯ୍ୟନ୍ତ ଖାଲି ଗୋଡ଼ରେ ଚାଲିବା ସମ୍ଭବ ହୋଇପାରେ। କିନ୍ତୁ ଦେଶରେ ଏପରି ଏକ ଗାଁ ଅଛି ଯେଉଁଠାରେ ଜଣେ ବ୍ୟକ୍ତି ନୁହଁନ୍ତି ବରଂ ସମଗ୍ର ଗାଁ ବିନା ଜୋତା ଚପଲ ପିନ୍ଧି ବୁଲନ୍ତି ସେ ପୁଣି ବର୍ଷସାରା। ଏଠାକୁ ଆସୁଥିବା ଲୋକମାନେ ମଧ୍ୟ ଚପଲ ପିନ୍ଧିବାକୁ ଅନୁମତି ନାହିଁ।
ଏହି ଗାଁର ଲୋକମାନେ ଭୁଲରେ ମଧ୍ୟ ଜୋତା ଏବଂ ଚପଲ ପିନ୍ଧିବାର ଭୁଲ କରନ୍ତି ନାହିଁ। ଚପଲ ପିନ୍ଧିବା ତ ଦୂରର କଥା ନା ଶୁଣିବା ମାତ୍ରେ ଏଠାକାର ଲୋକମାନେ କ୍ରୋଧିତ ହୋଇଯାନ୍ତି। ତାମିଲନାଡୁର ମଦୁରାଇ ଠାରୁ ୨୦ କିଲୋମିଟର ଦୂରରେ ରହିଛି ଏହି ଗାଁ। ଏହି ଗାଁର ନାମ କଲିମାୟନ୍। ଯେଉଁଠାରେ ଲୋକଙ୍କୁ ଚପଲ ପିନ୍ଧିବାକୁ ମନା ହୋଇଥାଏ।
ଏହି ଗାଁର ଲୋକମାନେ ପିଢ଼ି ପରେ ପିଢ଼ି ଏହି ପରମ୍ପରାକୁ ଅନୁସରଣ କରି ଆସୁଛନ୍ତି। ଯଦି ଗାଁର ଲୋକଙ୍କୁ କୌଣସି ସ୍ଥାନକୁ ଯିବାକୁ ଥାଏ ତେବେ ସେମାନେ ହାତରେ ଚପଲ ଧରି ଗାଁ ସୀମା ପାର ହେବା ପରେ ଯାଇ ଚପଲ ପିନ୍ଧିଥାନ୍ତି। ଏବଂ ଯେତେବେଳେ ସେମାନେ ଫେରି ଆସନ୍ତି, ସେମାନେ ଗାଁ ସୀମା ପୂର୍ବରୁ ଜୋତା-ଚପଲ କଢ଼ି ହାତରେ ଧରି ଆସିଥାନ୍ତି। ଏହି ଗାଁରେ ବର୍ଷ ବର୍ଷ ଧରି କେହି ପାଦରେ ଚପଲ କିମ୍ବା ଜୋତା ପିନ୍ଧିନଥିଲେ। ଏପରିକି ଏହି ଗାଁର ଲୋକମାନେ ନିଜ ପିଲାମାନଙ୍କୁ ଏହାକୁ ପିନ୍ଧିବାକୁ ମନା କରନ୍ତି। ଯଦି କୌଣସି ବ୍ୟକ୍ତି ଭୁଲରେ ବି ଗାଁରେ ଜୋତା କି ଚପଲ ପିନ୍ଧନ୍ତି, ତେବେ ତାଙ୍କୁ କଠୋର ଦଣ୍ଡ ଦିଆଯାଇଥାଏ। ଗାଁରେ ଜୋତା ଏବଂ ଚପଲ ନପିନ୍ଧିବା ପଛରେ ଗ୍ରାମବାସୀ ତାଙ୍କ ନିଜସ୍ଵ ଯୁକ୍ତି ଦର୍ଶାନ୍ତି। ଏହି ଗାଁର ଲୋକମାନେ ଶତାବ୍ଦୀ ଧରି ଆପାଛି ନାମକ ଦେବତାଙ୍କୁ ପୂଜା କରିଆସୁଛନ୍ତି। ସେମାନେ ବିଶ୍ୱାସ କରନ୍ତି ଯେ କେବଳ ଆପାଛି ନାମକ ଦେବତା ସେମାନଙ୍କୁ ସୁରକ୍ଷା ଦିଅନ୍ତି। ଏହି ଦେବତା ପ୍ରତି ରହିଥିବା ଅସ୍ଥା କାରଣରୁ ଗାଁ ସୀମା ଭିତରେ ଜୋତା ଏବଂ ଚପଲ ପିନ୍ଧିବା ଅନୁମତି ନାହିଁ।

Leave a Reply

Your email address will not be published. Required fields are marked *