CBSE ଦଶମ ଶ୍ରେଣୀ ରେଜଲ୍ଟ, ବାଜି ମାରିଲେ ଛାତ୍ରୀ

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ସିବିଏସଇ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରାଯାଇଛି। ଛାତ୍ରଛାତ୍ରୀମାନେ ବୋର୍ଡ ୱେବସାଇଟ୍ cbseresults.nic.in, cbse.nic.in ଏବଂ results.nic.in ରେ ନିଜର ଫଳାଫଳ ଦେଖିପାରିବେ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଟ୍ବିଟ୍ କରି ପରୀକ୍ଷା ଫଳ ଘୋଷଣା କରିଥିଲେ। ଏହି ଅବସରରେ ସେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଚଳିତବର୍ଷ ପାସ୍ ହାର ବୃଦ୍ଧି ପାଇଛି। ସର୍ବଭାରତୀୟ ସ୍ତରରେ ପାସ୍ ହାର ୯୧.୪୬% ରହିଛି। ଗତବର୍ଷ ଏହା ୯୧.୧୦ % ରହିଥିଲା। ଚଳିତଥର ପାସ୍ ହାର ୦.୩୬% ବୃଦ୍ଧି ପାଇଛି।

ତ୍ରିଭେନ୍ଦ୍ରମ୍ ରିଜିଅନରେ ପାସ୍ ହାର ସର୍ବାଧିକ ୯୯.୨୮% ରହିଥିବାବେଳେ ଭୁବନେଶ୍ଵର ରିଜିଅନରେ ୯୩.୨୦% ରହିଛି। ଗୁଆହାଟୀ ରିଜିଅନରେ ପାସ୍ ହାର ସର୍ବନିମ୍ନ ୭୯.୧୨% ରହିଛି। ସେହିପରି ଚଳିତବର୍ଷ ଛାତ୍ରଙ୍କୁ ପଛରେ ପକାଇଛନ୍ତି ଛାତ୍ରୀ। ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି। ଏବର୍ଷ ଛାତ୍ରଙ୍କ ପାସ୍ ହାର ୯୦.୧୪ % ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୩.୩୧ % ରହିଛି। ଅନ୍ୟପଟେ ଭୁବନେଶ୍ୱର ରିଜିଅନରେ ୯୩.୨୦ ପ୍ରତିଶତ ପାସ୍ ହାର ରହିଛି।

Leave a Reply

Your email address will not be published. Required fields are marked *