୮୧% ଫଳପ୍ରଦ କୋଭାକ୍ସିନ୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସ୍ୱଦେଶୀ କୋରୋନା ଟିକା କୋଭାକ୍ସିନକୁ ନେଇ ଜାରି ରହିଥିବା ଦ୍ୱନ୍ଦ୍ୱରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ କୋରୋନା ଟିକା କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ହ୍ୟୁମାନ ଟ୍ରାଏଲ ପରେ ଏଭଳି ଦାବି କରାଯାଇଛି। କୋଭାକ୍ସିନ ମହାମାରୀକୁ ମାତ୍‌ ଦେବାରେ ୮୧% ସଫଳ ବୋଲି ଜଣାପଡ଼ିଛି। ସେହିପରି ବ୍ରିଟେନରେ ଦେଖାଯାଇଥିବା କୋରୋନାର ନୂଆ ଷ୍ଟ୍ରେନ୍‌ ବିରୋଧରେ ବି ଏହା ଫଳପ୍ରଦ। କୋଭାକ୍ସିନର ତୃତୀୟ ପର୍ୟ୍ୟାୟ ଟ୍ରାଏଲରୁ ଆଶ୍ୱସ୍ତ କରିବା ଭଳି ଖବର ଆସିଛି। ଭାରତ ବାୟୋଟେକ୍‌ ପକ୍ଷରୁ କୁହାଯାଇଛି ଯେ, କୋଭାକ୍ସିନ କୋରୋନାକୁ ଦୂରେଇ ରଖିବାରେ ୮୧% ସଫଳ। ଜଣେ ବ୍ୟକ୍ତି ଦୁଇଟି ଡୋଜ୍‌ ନେବା ପରେ କରୋନାକୁ ବେଶ ଆରାମରେ ହରାଇ ପାରିବ। ଏହାର ତୃତୀୟ ପର୍ଯ୍ୟାୟ ଟ୍ରାଏଲର ରେଜଲ୍ଟ ଆସି ନଥିଲେ ହେଁ ଏହାକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା।ତୃତୀୟ ପର୍ୟ୍ୟାୟ ଟ୍ରାଏଲରେ ୨୫ଟି ସହରରୁ ମୋଟ ୨୫ ହଜାର ୮ଶହ ଲୋକ ସାମିଲ ହୋଇଥିଲେ। ଏମାନଙ୍କୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌କୁ ଟିକା ଓ ଅନ୍ୟ ଗ୍ରୁପ୍‌କୁ ପ୍ଲାସବୋ ଦିଆଯାଇଥିଲା। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହି ଟିକା ଅନ୍ୟ କୋରୋନା ଟିକା ତୁଳନାରେ ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଛି।

%d bloggers like this: