ଘର ଛାଡ଼ି ଗୁପ୍ତ ସ୍ଥାନରେ କାହିଁକି ଲୁଚିଲେ ପ୍ରଧାନମନ୍ତ୍ରୀ?

ଘର ଛାଡ଼ି ଗୁପ୍ତ ସ୍ଥାନରେ କାହିଁକି ଲୁଚିଲେ ପ୍ରଧାନମନ୍ତ୍ରୀ?

ପ୍ରିଜମ ନ୍ୟୁଜ ବ୍ୟୁରୋ:କାନାଡ଼ାରେ କଡ଼ା କରୋନା କଟକଣା ସହ ଟିକାକରଣ ବାଧ୍ୟତାମୂଳକ ବିରୁଦ୍ଧରେ ଜୋରଦାର ବିରୋଧ ପ୍ରଦର୍ଶନ ହୋଇଛି। କାନାଡାର ରାଜଧାନୀ ଓଟାଭାରେ ହଜାର ହଜାର ଟ୍ରକ୍ ଡ୍ରାଇଭର କରୋନା ଟିକା ଅନିର୍ବାଯ୍ୟ ଓ ଲକଡାଉନ୍ ବିରୋଧରେ ବିକ୍ଷୋଭ କରୁଛନ୍ତି ପ୍ରଦର୍ଶନକାରୀ। ପ୍ରଦର୍ଶନକାରୀ କରୋନା କଟକଣାକୁ ଫାଶୀବାଦ ସହ ତୁଳନା କରି କାନାଡା ଜାତୀୟ ପତାକା ସହ ନାଜୀ ପତାକା ଧରି ରାସ୍ତାକୁ ଓହ୍ଲାଇଥିବାର ଦେଖିବାକୁ ମିଳିଛି ।ଲୋକେ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ପ୍ରବଳ ବିରୋଧକୁ ଦେଖି ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡେ ପରିବାର ସହ ଅଜ୍ଞାତ ସ୍ଥାନକୁ ପଳାଇ ଯାଇଛନ୍ତି । ଖବର ଅନୁସାରେ, ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ଏବଂ ତାଙ୍କ ପରିବାର ସରକାରୀ ବାସଭବନ ଛାଡି ଏକ ଗୁପ୍ତ ସ୍ଥାନକୁ ଚାଲିଯାଇଛନ୍ତି। ୨୦ ହଜାରରୁ ଅଧିକ ଟ୍ରକ ଡ୍ରାଇଭର ଏବଂ ଅନ୍ୟ ପ୍ରଦର୍ଶନକାରୀ ରାଜଧାନୀରେ ଏକାଠି ହୋଇ ଟ୍ରୁଡୋଙ୍କ ବାସଭବନକୁ ଘେରିଥିଲେ । ୭୦ କିଲୋମିଟର ପର୍ଯ୍ୟନ୍ତ ଟ୍ରକ ଡ୍ରାଇଭରଙ୍କ ଯାତ୍ରାକୁ ଫ୍ରୀଡମ୍ କନଭେ ନାଁ ଦିଆଯାଇଛି । ସୂଚନାଯୋଗ୍ୟ, କାନାଡା ସରକାର ଆମେରିକାର ସୀମ ପାଇଁ ଟ୍ରକ ଡ୍ରାଇଭର୍ ଭ୍ୟାକ୍ସିନେସନକୁ ବାଧ୍ୟତାମୂଳକ କରିଛନ୍ତି। ଏହାକୁ ଡ୍ରାଇଭରମାନେ ବିରୋଧ କରୁଛନ୍ତି । ଅନ୍ୟପଟେ କାନାଡାର ପ୍ରଧାନମନ୍ତ୍ରୀ ବିବାଦୀୟ ବୟାନ ଦେଇ ଟ୍ରକ ଡ୍ରାଇଭରମାନଙ୍କୁ ଗୁରୁତ୍ୱ ବହନ କରୁଥିବା ଅଳ୍ପସଂଖ୍ୟକ ବୋଲି କହିଥିଲେ। ଏହାସହ ଟ୍ରୁଡୋ କହିଥିଲେ, ଟ୍ରକ ଡ୍ରାଇଭର ବିଜ୍ଞାନର ବିରୋଧୀ। ସେମାନେ ନିଜ ସହ କାନାଡାର ଅନ୍ୟ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ପ୍ରଦର୍ଶକାରୀମାନେ ଦେଶରେ ପ୍ରମୁଖ ଯୁଦ୍ଧ ସ୍ମାରକୀ ନିକଟରେ ବି ପ୍ରଦର୍ଶନ କରିଥିଲେ। କାନାଡାର ସେନା ମୁଖ୍ୟ ଏବଂ ପ୍ରତିରକ୍ଷା ମନ୍ତ୍ରୀ ଅନିତା ଆନନ୍ଦ ଏହାକୁ ନିନ୍ଦା କରିଛନ୍ତି । ହିଂସର ଆଶଙ୍କାରୁ ନଜରରେ ରଖି ପୋଲିସକୁ ହାଇଆଲର୍ଟରେ ରଖାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: