ଦୁନିଆର ପ୍ରତି ଦଶ ଜଣ ବ୍ୟକ୍ତିରେ ଜଣେ କୋରୋନା ସଂକ୍ରମିତ ହେବେ !

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଦୁନିଆର ପ୍ରତି ଦଶ ଜଣ ବ୍ୟକ୍ତିରେ ଜଣେ କୋରୋନା ଦ୍ବାରା ସଂକ୍ରମିତ ହୋଇପାରନ୍ତି। ଏହି ସମୟରେ ବିଶ୍ବରେ କୋରୋନା ରୋଗୀଙ୍କ ସଂଖ୍ୟା
କୋରୋନା ପଜିଟିଭ୍ ଥିବା ମୋଟ ରୋଗୀଙ୍କ ତୁଳନାରେ ପ୍ରାୟ ୨୦ ଗୁଣ ଅଧିକ ହୋଇପାରେ । ଏଭଳି ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ସେହିପରି ଭବିଷ୍ୟତରେ କୋରୋନାରେ ଅବସ୍ଥା ଆହୁରି ଖରାପ ହେବ ବୋଲି ହୁ ଚେତାବନୀ ଦେଇଛି। ତେବେ ଏହି ସଂଖ୍ୟା ଗାଁ ଓ ସହରରେ ଭିନ୍ନ ହୋଇପାରେ। ବିଭିନ୍ନ ବୟସ ବର୍ଗରେ ମଧ୍ୟ ଅଲଗା ହୋଇପାରେ ।

କରୋନା ସଂକ୍ରମଣ ଉପରେ ଅନୁଷ୍ଠିତ ୩୪ ସଦସ୍ୟ ବିଶିଷ୍ଟ କାର୍ଯ୍ୟନିର୍ବାହୀ ବୋର୍ଡର ଏକ ବୈଠକରେ ସେ କହିଛନ୍ତି ଯେ ମହାମାରୀର ପ୍ରଭାବ ବିସ୍ତାର ଜାରି ରହିଛି। ତଥାପି, ସଂକ୍ରମଣକୁ ଦମନ କରିବା ଏବଂ ଜୀବନ ବଞ୍ଚାଇବା ପାଇଁ ବିଭିନ୍ନ ଉପାୟ ମଧ୍ୟ ଉପଲବ୍ଧ । କିଛି ମୃତ୍ୟୁକୁ ରୋକା ଯାଇପାରିବ ଏବଂ ଅନେକ ଜୀବନ ରକ୍ଷା କରାଯାଇପାରିବ ।

%d bloggers like this: