ମଦ ପିଇ ଟଲ୍ଲି ହୋଇଥିଲା ମଇଁଷି, ଗିରଫ ହୋଇ ଥାନାକୁ ଗଲା ମାଲିକ

ମଦ ପିଇ ଟଲ୍ଲି ହୋଇଥିଲା ମଇଁଷି, ଗିରଫ ହୋଇ ଥାନାକୁ ଗଲା ମାଲିକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆପଣଙ୍କ ଆଖପାଖରେ ମଦୁଆ ଲୋକଙ୍କୁତ ଦେଖିଥିବେ, ଯେଉଁମାନେ ନିଶାରେ ରହି ଅନେକ ସମୟରେ ଉତୁପାତ କରନ୍ତି। ହେଲେ କେବେ ମଇଁଷି ମଦ୍ୟପାନ କରି ବୁଲୁଥିବାର ଆପଣ ଦେଖିଛନ୍ତି କି? କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏମିତି ଗୋଟିଏ ଘଟଣା ଗୁଜୁରାଟର ଗାନ୍ଧିନଗରରୁ ସାମ୍ନାକୁ ଆସିଛି। ମଇଁଷି ମଦ ପିଇବା ଖବର ଜାଣିବା ମାତ୍ରେ ପୋଲିସ ତାର ମାଲିକଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ନିକଟରୁ ବହୁ ସଂଖ୍ୟାରେ ମଦ ବୋତଲ ଜବତ କରିଥିଲା। ଖବର ଅନୁଯାୟୀ ଗୁଜୁରାଟରେ ମଦ ନିଷେଧ ହୋଇଥିବା ବେଳେ ମଇଁଷିର ମାଲିକ ନିଜ ଫାର୍ମରେ ବହୁ ପରିମାଣର ମଦ ଲୁଚାଇ ରଖିଥିଲେ। ଯେତେବେଳେ ପୋଲିସ ତାଙ୍କ ମଇଁଷି ଫାର୍ମ ଉପରେ ଚଢାଉ କରିଥିଲେ, ସେଠାରୁ ୧୦୨ ବୋତଲ ମଦ ଜବତ ହୋଇଥିଲା। କିନ୍ତୁ ପୋଲିସ ସେଠାରେ ପହଞ୍ଚିବା ପୂର୍ବରୁ ମଇଁଷିମାନେ ମଦ ମିଶ୍ରିତ ପାଣି ପିଇ, ଅଜବ କାରନାମା କରିବାକୁ ଲାଗିଥିଲେ, ଯେଉଁଥିପାଇଁ ଏହି ଘଟଣା ସର୍ବସମୁଖକୁ ଆସିଥିଲ।
ଗାନ୍ଧିନଗରରେ ଗୋପାଳନ କରୁଥିବା ବ୍ୟକ୍ତି ଜଣକ ମଦ ବୋତଲଗୁଡ଼ିକୁ ତାଙ୍କ ଗୁହାଳ ପାଣି ଟାଙ୍କିରେ ଲୁଚାଇ ରଖିଥିଲେ। କୌଣସି କାରଣରୁ ପାଣି ଟାଙ୍କିରେ ମଦ ବୋତଲ ଖୋଲି ମିଶି ଯାଇଥିଲା। ଏହି ସମୟ ଯେଉଁ ମଇଁଷିମାନେ ସେଠାକୁ ପାଣି ପିଇବାକୁ ଆସିଥିଲେ ସମସ୍ତେ ମଦ ମିଶ୍ରିତ ପାଣି ପିଇ ଦେଇଥିଲେ। ପାଣି ପିଇବା ପରେ ଅନେକ ମଇଁଷି ନିଶାରେ ନିଜ ଉପରୁ ନିୟନ୍ତ୍ରିତ ହରାଇ ଡେଇଁବା ଆରମ୍ଭ କରିଥିଲେ। ଏଥିସହିତ ମଦ୍ୟପାନ ହେତୁ ଦୁଇଟି ମଇଁଷି ଅସୁସ୍ଥ ହୋଇପଡିଥିଲେ। ମଇଁଷିମାନଙ୍କ ଅବସ୍ଥା ଦେଖି ମାଲିକ ପଶୁ ଡାକ୍ତରଙ୍କୁ ଡାକିଥିଲେ। ତେବେ ଡାକ୍ତର ସେଠାରେ ପହଞ୍ଚିବା ପରେ ଟାଙ୍କିରେ ଥିବା ପାଣିର ରଙ୍ଗ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ଜଳର ରଙ୍ଗ ବଦଳି ଯାଇଥିଲା ଏବଂ ସେଥିରୁ ଏକ ଅଦ୍ଭୁତ ଗନ୍ଧ ବାହାରୁ ଥିଲା। ଯେତେବେଳେ ସେ ଏ ବିଷୟରେ ମଇଁଷିମାନଙ୍କ ମାଲିକଙ୍କୁ ପଚାରିଥିଲେ, ସେ ଗଛର ପତ୍ର ଏବଂ ଅନ୍ୟ ବୁଦା ଖସିଯିବା କାରଣରୁ ଏହା ଘଟିଛି ବୋଲି କହିଥିଲେ।
ତେବେ ଡାକ୍ତରଙ୍କ ମାଲିକର ଏହି ଉତ୍ତରରେ ସନ୍ତୁଷ୍ଟ ନଥିଲେ ଏବଂ ଏଲସିବି ଦଳକୁ ଏହି ବିଷୟରେ ଜଣାଇଥିଲେ। ପରେ ଯେତେବେଳେ ପୋଲିସ ସେଠାରେ ପହଞ୍ଚି ଛାନଭିନ୍ନ କରିଥିଲା ସେଠାରୁ ବହୁ ପରିମାଣର ମଦ ଜବତ ହୋଇଥିଲା। ଗୁହାଳରୁ ଉଦ୍ଧାର ହୋଇଥିବା ମଦ ର ମୋଟ ମୂଲ୍ୟ ୩୫ ହଜାର। ଏଥିରୁ ଜଣାପଡିଥିଲା ଯେ ଟାଙ୍କିରେ ଲୁଚା ଯାଇଥିବା ବୋତଲଗୁଡିକ ଭାଙ୍ଗି ଯିବାରୁ ପାଣିରେ ମଦ ଦ୍ରବୀଭୂତ ହୋଇଯାଇଥିଲା ଏବଂ ମଇଁଷିମାନେ ସେହି ପାଣି ପିଇ ନିଶାଗ୍ରସ୍ତ ହୋଇ ନିଜ ଉପରୁ ନିୟନ୍ତ୍ରଣ ହରାଇ ଏଣେତେଣେ ବୁଲିବା ସହ ଡେଇଁବାକୁ ଲାଗିଥିଲେ। ବର୍ତ୍ତମାନ ଘଟଣାର ତଦନ୍ତ ପରେ ପୋଲିସ ଫାର୍ମ ମାଲିକ ଦୀନେଶ ଠାକୁର, ଅମ୍ବ୍ରାମ ଠାକୁର ଏବଂ ରବି ଠାକୁରଙ୍କ ବିରୋଧରେ ମାମଲା ରୁଜୁ କରିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: