ଦୁନିଆର ସବୁଠୁ ବିଷାକ୍ତ ଗଛ, ଛୁଇଁବା ତ ଦୂରର କଥା ପାଖରେ ଚାଲିଗଲେ ଜଳିଯିବ ଶରୀର

ଦୁନିଆର ସବୁଠୁ ବିଷାକ୍ତ ଗଛ, ଛୁଇଁବା ତ ଦୂରର କଥା ପାଖରେ ଚାଲିଗଲେ ଜଳିଯିବ ଶରୀର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଗଛର ଫଳ,ଫୁଲ, କାଣ୍ଡ ପତ୍ର ଆଦି ଅଂଶକୁ ଆମେ ଖାଦ୍ୟ ଭାବେ ବ୍ୟବହାର କରିଥାଉ। ଏହାର ସୁସ୍ୱାଦୁ ଫଳ ଆମକୁ ଅନେକ ପୋଷକ ତତ୍ତ୍ୱ ସହ ଶକ୍ତି ଯୋଗାଇଥାଏ। କିନ୍ତୁ ଆପଣ ଜାଣନ୍ତି କି ଦୁନିଆରେ ଏପରି ଗୋଟିଏ ଗଛ ଅଛି, ଯାହା ଏତେ ବିଷାକ୍ତ ଯେ ତାର ଫଳତ ଖାଇବା ଦୂରର କଥା ପାଖରେ ରହିଲେ ମୃତ୍ୟୁ ଆସିପାରେ। ଏହାକୁ ଦୁନିଆର ସବୁଠାରୁ ବିଷାକ୍ତ ଗଛ ଭାବେ ବବିବେଚନା କରାଯାଏ। ଏହି ଗଛର ନାମ ମନସିନିଲ। ଫ୍ଲୋରିଡା ଏବଂ କାରିବିଆନ୍ ସାଗର ଉପକୂଳରେ ଏହି ଗଛ ଦେଖିବାକୁ ମିଳେ। ଗଛଟି ଏତେ ବିଷାକ୍ତ ଯେ ଯଦି ଜଣେ ବ୍ୟକ୍ତି ଏହାର ସଂସ୍ପର୍ଶରେ ଆସେ, ତା’ହେଲେ ତାଙ୍କ ଶରୀରେ ମାତ୍ର କିଛି ସେକେଣ୍ଡରେ ଜଳାପୋଡା ସହ ଫୋଟକା ହୋଇଯାଏ। ଏହି ଗଛର ପ୍ରତ୍ୟେକ ଅଂଶ ବିଷାକ୍ତ କିନ୍ତୁ ଏହାର ଫଳ ସବୁଠାରୁ ବିଷାକ୍ତ ବୋଲି କୁହାଯାଏ। ଯଦି ଜଣେ ବ୍ୟକ୍ତି ବା ପଶୁପକ୍ଷୀ ଏହି ଫଳର ଛୋଟ ଖଣ୍ଡ ମଧ୍ୟ ଖାଆନ୍ତି, ତେବେ ତାର ମୃତ୍ୟୁ ହୋଇଯାଏ ବୋଲି କୁହାଯାଏ। ବୈଜ୍ଞାନିକମାନେ ଏହି ଫଳର ସ୍ବାଦ ଚାଖି କହିଛନ୍ତି। ଗଛଟିର ଫଳ ଦେଖିବାକୁ ଛୋଟ ସେଓ ପରି। ଖ୍ରୀଷ୍ଟୋଫର୍ କଲମ୍ବସ୍ ମନସିନିଲ ର ଫଳକୁ ମୃତ୍ୟୁର ଛୋଟ ସେଓ ଭାବରେ ଏହାକୁ ନାମିତ କରିଥିଲେ ବୋଲି କୁହାଯାଏ।
ମନସିନିଲ ଗଛ ଏତେ ବିଷାକ୍ତ ଯେ ଯଦି ଏହାର କୌଣସି ଅଂଶ ଜଣେ ବ୍ୟକ୍ତିର ଆଖିରେ ବାଜିଯାଏ, ତେବେ ସେ ଅନ୍ଧ ହୋଇପାରନ୍ତି ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି। ଅନେକ ସମୟରେ ହଠାତ୍ ବର୍ଷା ଆସିଲେ, ଲୋକମାନେ ଗଛ ତଳେ ଛିଡା ହୋଇଥାନ୍ତି, କିନ୍ତୁ ମନସିନିଲର ଗଛ ତଳେ ଠିଆ ହେବା ମଣିଷ ପାଇଁ କ୍ଷତିକାରକ ହୋଇଥାଏ। ଏହି କାରଣରୁ, ଲୋକମାନଙ୍କୁ ଏହି ଗଛର ସଂସ୍ପର୍ଶରେ ଆସିବା ଏବଂ ଏହାର ଫଳ ଖାଇବାକୁ ରୋକିବା ପାଇଁ ଗଛ ଚାରିପାଖରେ ବୋର୍ଡ ଲଗାଯାଇଥାଏ। ଯେଉଁଥିରେ ଏହି ଗଛକୁ ବିଷାକ୍ତ ଏବଂ ଏଥିରୁ ଦୂରେଇ ରହିବା ପାଇଁ ଚେତାବନୀ ଦିଆଯାଇଥାଏ।
ନିକୋଲା ଏଚ୍ ଷ୍ଟ୍ରିକଲ୍ୟାଣ୍ଡ ନାମକ ଜଣେ ବୈଜ୍ଞାନିକଙ୍କ ଅନୁଯାୟୀ, ଥରେ ସେ ଏବଂ ତାଙ୍କର କିଛି ବନ୍ଧୁ ଟୋବାଗୋର କାରିବିଆନ୍ ଦ୍ୱୀପ କୂଳରେ ଥିଲେ। ସେଠାରେ ସେ ଏହି ଫଳ ଖାଇଥିଲେ। ଏହାର ସ୍ୱାଦ ବହୁତ ତିକ୍ତ ଥିଲା। ସେ କୁହନ୍ତି ଯେ ଏହି ଗଛର ଫଳ ଖାଇବାର କିଛି ସମୟ ପରେ ସେମାନଙ୍କ ଶରୀରରେ ଜଳାପୋଡା ଆରମ୍ଭ ହେବା ସହ ଫୋଟକା ହୋଇଯାଇଥିଲା। ତେବେ ତୁରନ୍ତ ଚିକିତ୍ସା କରିବାରୁ ତାଙ୍କ ଅବସ୍ଥା ଭଲ ହୋଇଗଲା।
ମାନସିନିଲ ଗଛ ପ୍ରାୟ ୫୦ ଫୁଟ ଉଚ୍ଚ ହୋଇଥାଏ। ଏହାର ପତ୍ରଗୁଡ଼ିକ ଚକଚକିଆ ଏବଂ ଓଭାଲ୍ ଆକୃତିର। ଯଦିଓ ଏହି ପୁରା ଗଛକୁ ବିଷାକ୍ତ ବିବେଚନା କରାଯାଏ, କିନ୍ତୁ ଏହାର ଫଳ ସବୁଠାରୁ ବିଷାକ୍ତ। ଗଛଟି ବିଷାକ୍ତ ହେଲେ ମଧ୍ୟ ସ୍ଥାନୀୟ ଇକୋସିଷ୍ଟମରେ ଏହାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଗଛଟି କାରିବିଆନ୍ ସାଗର କୂଳରେ ମିଳିଥାଏ ଏବଂ ମୃତ୍ତିକା କ୍ଷୟକୁ ରୋକିବାରେ ସାହାଯ୍ୟ କରିଥାଏ। ସେଠାରେ ଏହି ଗଛକୁ ଆସବାବପତ୍ର ତିଆରି ପାଇଁ ବ୍ୟବହୃତ କରାଯାଉଛି।
କାରିବିଆନ୍ ବଢେଇମାନେ ଏହି ଗଛର କାଠ ବ୍ୟବହାର କରି ଆସବାବପତ୍ର ତିଆରି କରୁଥିବା ବେଳେ ଏହାକୁ କାଟିବା ସମୟରେ ଅତ୍ୟଧିକ ଯତ୍ନବାନ ହୋଇଥାନ୍ତି। ଆସବାବପତ୍ର ତିଆରି କରିବା ପୂର୍ବରୁ କାଠଗୁଡ଼ିକୁ ସୂର୍ଯ୍ୟକିରଣରେ ଭଲଭାବେ ଶୁଖାଯାଇଥାଏ ଯାହା ଦ୍ଵାରା ସେଥିରେ ଥିବା ବିଷାକ୍ତ ତରଳ ଅଂଶ ନଷ୍ଟ ହୋଇଯାଏ। ଏହି ଗଛ ଅତ୍ୟନ୍ତ ମଜଭୁତ ହୋଇଥାଏ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: