ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ

ମାର୍ଚ୍ଚ ୨୫ରୁ ବଜେଟ ଅଧିବେଶନ

ପ୍ରିଜମ ନ୍ୟୁଜ ବ୍ୟୁରୋ : ଆରମ୍ଭ ହେବ ଓଡିଶା ବିଧାନସଭାର ବଜେଟ୍ ଅଧିବେଶନ । ମାର୍ଚ୍ଚ ୨୫ ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହା ଜାରି ରହିବ । ତଥାପି ୨୦୨୨-୨୩ ବର୍ଷ ପାଇଁ ଏକ ସମ୍ପୂର୍ଣ୍ଣ ବଜେଟ୍ ଉପସ୍ଥାପିତ ହେବ ନାହିଁ । ଏ ସଂକ୍ରାନ୍ତରେ ସୂଚନା ଦେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀ ନୂତନ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ କାମଚଳା ବଜେଟ୍‍ ଉପସ୍ଥାପନ କରିବେ । ମାର୍ଚ୍ଚ ୨୫ ରେ ରାଜ୍ୟପାଳଙ୍କ ଅଭିଭାଷଣ ସହିତ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେବ ଏବଂ ସେହି ଦିନ ଧନ୍ୟବାଦ ଅର୍ପଣ ପ୍ରସ୍ତାବ ଆଗତ ହେବ । ମାର୍ଚ୍ଚ ୨୬ ଏବଂ ୨୮ ରେ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଆଲୋଚନା ହେବ ବୋଲି ସେ ସୂଚନା ଦେଇଛନ୍ତି । ମାର୍ଚ୍ଚ ୨୭ ରେ ରବିବାର ଦିନ ସରକାରୀ ଛୁଟି ଯୋଗୁଁ କୌଣସି ବୈଠକ ହେବ ନାହିଁ । ମାର୍ଚ୍ଚ ୨୯ କୁ ସରକାରୀ କାର୍ଯ୍ୟ ଦିବସ ପାଇଁ ସଂରକ୍ଷିତ ରଖାଯାଇଛି ବୋଲି ସେ କହିଛନ୍ତି । ୨୦୨୨-୨୩ ପାଇଁ ବଜେଟ୍ ଉପରେ ଭୋଟ୍ ମାର୍ଚ୍ଚ ୨୯ ରେ ଉପସ୍ଥାପିତ ହେବ ଏବଂ ସେହି ଦିନ ବଜେଟ୍ ଉପରେ ଆଲୋଚନା କରାଯିବ । ଭୋଟ୍ ଉପରେ ବ୍ୟୟମଞ୍ଜୁରୀ ବିଲ୍ ଶେଷ ଦିନରେ (ମାର୍ଚ୍ଚ ୩୧) ଗୃହ ସମ୍ମୁଖରେ ରଖାଯିବ ବୋଲି ବାଚସ୍ପତି କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: