ଋଷକୁ ଆମେରିକା ଓ ବ୍ରିଟେନର ଝଟକା

ଋଷକୁ ଆମେରିକା ଓ ବ୍ରିଟେନର ଝଟକା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଋଷି ପାଇଁ ବଡ଼ ଘୋଷଣା କରିଛି ଆମେରିକା। ୟୁକ୍ରେନ୍ ଉପରେ ଆକ୍ରମଣ କରିବା ପରେ ବିଭିନ୍ନ ଦେଶ ରୁଷ୍ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଉଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ରୁଷରୁ ତୈଳ ଓ ଗ୍ୟାସ୍ ଆମଦାନୀ କରିବ ନାହିଁ ବୋଲି ଘୋଷଣା କରିଛନ୍ତି। ତୈଳ ଓ ଗ୍ୟାସ ଆମଦାନୀ ଉପରେ ବ୍ୟାନ୍ ଘୋଷଣା କରିଛନ୍ତି ବାଇଡେନ୍ । ସେ କହିଛନ୍ତି, ଏଭଳି ବ୍ୟାନ୍ ଘୋଷଣା ଦ୍ୱାରା ରୁଷର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହେବ। ବହୁ କମ୍ପାନୀ ରୁଷରେ କାମ କରିବା ବନ୍ଦ ବି କରିଦେଲେଣି । ଏଥିସହ ବାଇଡେନ୍ ଘୋଷଣା କରିଛନ୍ତି, ୟୁକ୍ରେନରୁ ବିସ୍ଥାପିତ ନାଗରିକଙ୍କର ଆମେରିକା ସହାୟତା କରିବ । ୟୁକ୍ରେନ୍ ଶରଣାର୍ଥୀଙ୍କ ଦାୟିତ୍ୱ ନେବ ଆମେରିକା ।ସେହିପରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ବି ରୁଷ୍ ଉପରେ ତୈଳ ପ୍ରତିବନ୍ଧକ ଲଗାଇଛନ୍ତି । ସେ କହିଛନ୍ତି, ଚଳିତବର୍ଷ ଶେଷ ସୁଦ୍ଧା ରୁଷରୁ ତୈଳ ଆମଦାନୀ ବନ୍ଦ କରିଦେବ ବ୍ରିଟେନ୍ । ଯୁଦ୍ଧ ପରେ ରୁଷ ଉପରେ ବିଭିନ୍ନ ଦେଶ କଟକଣାକୁ କଡ଼ାକଡ଼ି କରୁଛନ୍ତି । କିଛି ଦେଶ ରୁଷ ପାଇଁ ନିଜ ବାୟୁସୀମା ବନ୍ଦ ବି କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: