WhatsApp ଦ୍ଵାରା ଖାଦ୍ୟ ଅର୍ଡର କରି ପାରିବେ ଟ୍ରେନ ଯାତ୍ରୀ

WhatsApp ଦ୍ଵାରା ଖାଦ୍ୟ ଅର୍ଡର କରି ପାରିବେ ଟ୍ରେନ ଯାତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତୀୟ ରେଳ ପକ୍ଷରୁ ଯାତ୍ରୀଙ୍କ ସୁବିଧା ପାଇଁ ବିଭିନ୍ନ ପ୍ରକାରର ସୁବିଧା କରାଯାଇଥାଏ। ଟିକେଟରୁ ଆରମ୍ଭ କରି ଖଦ୍ୟପାନ୍ୟ ସବୁର ସୁଗମ ପରିଚାଳନା କରିଥାଏ। ଗତ କିଛି ବର୍ଷରେ ଭାରତୀୟ ରେଳ ବିଭାଗ ପକ୍ଷରୁ ଖାଦ୍ୟପଦାର୍ଥର ସ୍ୱଚ୍ଛତା ଏବଂ ଯାତ୍ରୀଙ୍କ ପାଇଁ ଉପଲବ୍ଧତାକୁ ସହଜ କରିବା ପାଇଁ ଏକ ଭଲ ପଦକ୍ଷେପ ନିଆଯାଇଛି । ବର୍ତ୍ତମାନ ରେଳ ବିଭାଗ ପକ୍ଷରୁ ଯାତ୍ରୀଙ୍କୁ ହ୍ଵାଟ୍ସଆପ ମାଧ୍ୟମରେ ଖାଦ୍ୟ ଅର୍ଡର କରିବାର ସୁଯୋଗ ମିଳିବ । ଅଧିକାଂଶ ସମୟରେ ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଏହା ନିଶ୍ଚୟ ଏକ ଖୁସି ଖବର। ଆପଣ ବି ଟ୍ରେନ୍‌ ଯାତ୍ରା ସମୟରେ whatsapp ମାଧ୍ୟମରେ ନିଜ ମନ ପସନ୍ଦର ଖାଦ୍ୟ ଅର୍ଡର କରିପାରିବେ।ରେଳବାଇ ପକ୍ଷରୁ ଇ-କ୍ୟାଟରିଙ୍ଗ୍‌ ସର୍ଭିସକୁ କଷ୍ଟମର ଫୋକସଡ ବନାଇବା ପାଇଁ ଏହି ସେବା ଆରମ୍ଭ କରାଯାଇଛି ।

ରେଲ ବିଭାଗ ପକ୍ଷରୁ କ୍ୟାଟରିଙ୍ଗ ସର୍ଭିସରେ ଖାଦ୍ୟ ଅର୍ଡର କରିବା ପାଇଁ ହ୍ଵାଟ୍ସଆପ୍‌ ନମ୍ବର +୯୧-୮୭୫୦୦୦୧୩୨୩ ଜାରି କରାଯାଇଛି । ପ୍ରଥମ ଷ୍ଟେପରେ ବିଜନେସ ହ୍ଵାଟ୍ସଆପ୍‌ ନମ୍ବର ଲିଙ୍କ www.ecatering.irctc.co.inରେ କ୍ଲିକ କରି ଇ-କ୍ୟାଟରିଙ୍ଗ୍‌ ସର୍ଭିସର ଚୟନ ପାଇଁ ଇ-ଟିକେଟ ବୁକ୍‌ କରୁଥିବା ଗ୍ରାହକଙ୍କୁ ଏକ ମେସେଜ୍‌ ମିଳିବ । ଏହି ଅପ୍ସନ ଜରିଆରେ ଗ୍ରାହକ ଆଇଆରସିଟିସିର ଇ-କ୍ୟାଟରିଙ୍ଗ ୱେବସାଇଟ ଜରିଆରେ ଷ୍ଟେସନରେ ଉପଲବ୍ଧ ରେସ୍ତୋରାଁରୁ ଖାଦ୍ୟ ଅର୍ଡ୍ କରିପାରିବେ । ହ୍ଵାଟ୍ସଆପରେ ଫୁଡ୍‌ ଅର୍ଡର କରିବା ପାଇଁ ଯାତ୍ରୀଙ୍କୁ ଆଇଆରସିଟିସିର ଆପ୍‌ ଡାଉନଲୋଡ କରିବାର ଆବଶ୍ୟକତା ବି ନାହିଁ ।ହ୍ଵାଟ୍ସଆପ୍‌ କମ୍ୟୁନିକେସନ ସର୍ଭିସର ଦ୍ୱିତୀୟ ଷ୍ଟେପରେ ହ୍ଵାଟ୍ସଆପ ନମ୍ବର ଗ୍ରାହକଙ୍କ ପାଇଁ ଦୁଇ ସାଇଡ୍‌ କମ୍ୟୁନିକେସନ୍‌ ପ୍ଲାଟଫର୍ମ ସହାୟତା ଦେବ । ଏଥିରେ ଏଆଇ ପାଓ୍ଵାର ଚାଟବଟ ଯାତ୍ରୀଙ୍କୁ ଇ-କ୍ୟାଟରିଙ୍ଗ ସର୍ଭିସ୍‌ ସହ ଜଡିତ ସମସ୍ତ ପ୍ରଶ୍ନକୁ ଗ୍ରହଣ କରିବ ଏବଂ ଯାତ୍ରୀଙ୍କ ପାଇଁ ଖାଦ୍ୟ ବି ବୁକ୍‌ କରିବ । ତେବେ ଅଳ୍ପ ବଛାବଛା ଟ୍ରେନରେ ହ୍ଵାଟ୍ସଆପ୍‌ କମ୍ୟୁନିକେସନ୍‌ ସିଷ୍ଟମ ଲାଗୁ କରାଯାଇଛି । ପରେ ଗ୍ରାହକଙ୍କୁ ମିଳୁଥିବା ଫିଡବ୍ୟାକ ଆଧାରରେ ହ୍ଵାଟ୍ସଆପ୍‌ କମ୍ୟୁନିକେସନ୍‌ ସିଷ୍ଟମକୁ ଅନ୍ୟ ଟ୍ରେନରେ ମଧ୍ୟ ଲାଗୁ କରାଯିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: