ମୁଣ୍ଡ ନୁଆଁଇଲା ଟ୍ୱିଟର୍

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଶେଷରେ ନିଜ ଭୁଲ୍ ସ୍ୱୀକାର କଲା ସାମାଜିକ ଗଣମାଧ୍ୟମ ଟ୍ୱିଟର। ଭାରତର ସଂସଦୀୟ ବ୍ୟାପାର କମିଟି ଆଗରେ ଟ୍ୱିଟର ପକ୍ଷରୁ ଲିଖିତ କ୍ଷମାପ୍ରାର୍ଥନା କରାଯାଇଛି। ଟ୍ୱିଟର କହିଲା, ଆସନ୍ତା ନଭେମ୍ବର ୩୦ ସୁଦ୍ଧା ତାଙ୍କ ଦ୍ୱାରା କରାଯାଇଥିବା ଅନିଚ୍ଛାକୃତ ତ୍ରୁଟିକୁ ସଂଶୋଧନ କରାଯିବ। ପୂର୍ବରୁ ଭାରତର ଲଦ୍ଦାଖକୁ ଚୀନର ଅଂଶବିଶେଷ ବୋଲି ଦର୍ଶାଇଥିଲା ଟ୍ୱିଟର। ଏହାକୁ ସବୁ ମହଲରେ ପ୍ରତିବାଦ କରାଯିବା ସହ ଟ୍ୱିଟରକୁ ବ୍ୟାନ୍ କରିବା ନେଇ ଦାବି ମଧ୍ୟ ଜୋର ଧରିଥିଲା।

ଅକ୍ଟୋବର ଆରମ୍ଭରୁ ପ୍ରତିରକ୍ଷା କ୍ଷେତ୍ରରେ ସାମ୍ୱାଦିକତା କରୁଥିବା ନୀତୀନ ଗୋଖଲେ ଟ୍ୱିଟରରେ ଏକ ଭୁଲକୁ ଦେଖିଥିଲେ। ଲେହ ଚାଇନାର ଅଂଶବିଶେଷ ବୋଲି ଟ୍ୱିଟର୍ ଦେଖାଇଥିଲେ। ଏହାପରେ ଗୋଖଲେ ଏହି ଘଟଣାକୁ ଟ୍ୱିଟ୍ କରିଥିଲେ ଏବଂ ବିବାଦ ଘନେଇ ଥିଲା। ଟ୍ୱିଟରର ଏଭଳି ପୋଷ୍ଟ ଫଳରେ କ୍ଷୁବ୍ଧ ହୋଇଥିଲେ ଭାରତ ସରକାର। ଏହାକୁ ନେଇ ବିବାଦ ବଢ଼ିଥିବାରୁ ଟ୍ୱିଟରକୁ ଲିଖିତ ଜବାବ ମାଗିଥିଲେ ସଂଯୁକ୍ତ ସଂସଦୀୟ କମିଟି ଅଧ୍ୟକ୍ଷା ମିନାକ୍ଷୀ ଲେଖି।

%d bloggers like this: