ଇସ୍ତଫା ପତ୍ର ବିଜେପି ଲେଖିଛି

ଇସ୍ତଫା ପତ୍ର ବିଜେପି ଲେଖିଛି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଗୁଜୁରାଟ ପଟିଦାର ନେତା ହାର୍ଦ୍ଦିକ ପଟେଲ ଆଜି କଂଗ୍ରେସ ଛାଡିଛନ୍ତି। ଆଉ ହାର୍ଦ୍ଦିକ ଯିବା ପରେ କଂଗ୍ରେସ ଅଭିଯୋଗ କରିଛି ଯେ ସେ ଗତ ୬ ବର୍ଷ ଧରି ସେ ବିଜେପି ସହ ଯୋଗାଯୋଗରେ ଥିଲେ । ଗୁଜୁରାଟର ବରିଷ୍ଠ କଂଗ୍ରେସ ନେତା ତଥା ଦଳର ଜାତୀୟ ମୁଖପାତ୍ର ଶକ୍ତିସିଂହ ଗୋହିଲ ଅଭିଯୋଗ କରିଛନ୍ତି ଯେ ହାର୍ଦ୍ଦିକଙ୍କ ଇସ୍ତଫା ଶବ୍ଦ ବିଜେପି ଦ୍ୱାରା ଲେଖାଯାଇଛି ।

ଗୋହିଲ ଅଭିଯୋଗ କରିଛନ୍ତି ଯେ ବ୍ୟକ୍ତିଗତ ଲାଭ ପାଇଁ ପଟେଲ ବିଶ୍ୱାସଘାତକତା କରିଛନ୍ତି। ରାଜ୍ୟ କଂଗ୍ରେସ ପ୍ରଭାରୀ ରଘୁ ଶର୍ମା କହିଛନ୍ତି ଯେ ହାର୍ଦ୍ଦିକ ଅନ୍ୟ ଦଳର ନେତାଙ୍କୁ ଭେଟିଥିଲେ ଆଉ ତାଙ୍କ ପାଖରେ ଅନୁଶାସନର ଅଭାବ ରହିଛି।

ଶର୍ମା କହିଛନ୍ତି ଯେ ହାର୍ଦ୍ଦିକ ଅସାଧୁ ଏବଂ ଜାଲିଆତି ରାଜନୀତିରେ ଲିପ୍ତ ଅଛନ୍ତି। ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ତାଙ୍କୁ ଷ୍ଟାର ପ୍ରଚାରକ କରିଥିଲା। ସେ ତାଙ୍କ ଭାଷଣରେ ବିଜେପିକୁ ସମାଲୋଚନା କରୁଥିଲେ। କିନ୍ତୁ ହଠାତ୍ ଏମିତି କ’ଣ ହେଲା ଯେ ସେ ବଦଳିଗଲେ ? ସେ ବିଜେପି ସହ ଯୋଗାଯୋଗରେ ଥିଲେ। ଶର୍ମା ହାର୍ଦ୍ଦିକଙ୍କୁ ଦୋଷାରୋପ କରିଛନ୍ତି ଯେ ତାଙ୍କୁ ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ସଭାପତି କରାଯାଇଥିଲା, କିନ୍ତୁ ସେ ସମଗ୍ର ରାଜ୍ୟ ୟୁନିଟ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଚାହୁଁଥିଲେ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: