ହିନ୍ଦୁ-ମୁସଲିମ୍ ଭାଇଚାରର ଭିନ୍ନ ଏକ ନିଦର୍ଶନ; ସଲାମ୍ ବାସା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଗତ କିଛି ଦଶନ୍ଧି ଧରି ଭାରତ ବର୍ଷରେ ଧର୍ମ-ଜାତି ନାରେ ଯାହା କିଛି ଘଟି ଚାଲିଛି ବା ଯାହା କିଛି ହେଉଛି ତାହା ଆପଣ ପ୍ରତ୍ୟକ ଦିନ ଦେଖୁଛନ୍ତି ଏବଂ ଶୁଣୁଛନ୍ତି ମଧ୍ୟ । ଏବେ କିନ୍ତୁ ଏମିତି ଏକ ସକରାତ୍ମକ ଖବର କର୍ଣ୍ଣାଟକରୁ ଆସିଛି ତାହା ସମସ୍ତଙ୍କ ହୃଦୟରେ ଏକ ସ୍ୱଚ୍ଛ ଓ ନିର୍ମଳ ଭାବ ସୃଷ୍ଟି କରିବାରେ ସହାୟକ ହେବ । କାହିଁକି ଏକ ହିନ୍ଦୁ ମନ୍ଦିର ପାଇଁ ଖୋଲା ହୃଦୟରେ ଭୂ-ଦାନ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି ଏଚଏମଭି ବାସା ନାମକ ଜଣେ ମୁସଲିମ୍ ବ୍ୟକ୍ତି ।

ଯେମିତି ଆପଣ ଜାଣନ୍ତି ଭାରତ ଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ପ୍ରଦାନ କରୁଥିବା ଏକ ଏମିତି ରାଷ୍ଟ୍ର ଯାହା ସାରା ବିଶ୍ୱରେ ‘ବସୁଦେବ କୁଟୁମ୍ବକମ୍’ ବା ଏ ସାରା ଜଗତ ଏକ ପରିବାର ଗୋଟିଏ ପରିବାରର ବାର୍ତ୍ତା ଦିଏ । ଏହା କେବଳ ଏକା ରାଷ୍ଟ୍ର ନୁହେଁ ଅଖଣ୍ଡତା, ବିଶ୍ୱାସ ଓ ଭାଇଚାରାର ଏକ ନିଛକ ନିଦର୍ଶନ ଯାହା ସାରା ବିଶ୍ୱବାସୀଙ୍କୁ ଆକର୍ଷିତ କରିଥାଏ । ସାରା ବିଶ୍ୱ ଏକ ପରିବାରର ବାର୍ତ୍ତା ପ୍ରଦାନ କରୁଥିବା ଭାରତରେ ଧର୍ମ ଯେତିତି କି ଜାତି ବି ସେତିକି ବିଶ୍ୱାସ ଓ ଭରସା ମଧ୍ୟ ସେତିକି । ଏକ ଭାରତ ଶ୍ରେଷ୍ଠ ଭାରତକୁ ଆଉ ପାଦେ ଆଗକୁ ନେଇଥିବା ଏବଂ ସଭ୍ୟତା, ସଂସ୍କୃତି ଓ ପରମ୍ପରାର ଝଲକକୁ ବିଶ୍ୱ ସାମ୍ନାରେ ପୁଣି ରଖିବାର ଚିତ୍ର ଆସିଛି କର୍ଣ୍ଣାଟକର ମାୟଲାପୁରରୁ ।

ଏଠାରେ ଜଣେ ବ୍ୟକ୍ତି ହିନ୍ଦୁ ଧର୍ମାବଲମ୍ବୀମାନଙ୍କ ପାଇଁ ନିଜ ଜମି ଦାନ କରିଦେଇଛନ୍ତି । ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ ଏଚଏମଜି ବାସା ନାମକ ଜଣେ ଇସଲାମ ଧର୍ମାବଲମ୍ବୀ ନିଜ ଜମିର କିଛି ଅଂଶ ଦାନ ନୁହେଁ ବରଂ ଉପହାର ସ୍ୱରୂପ ଦେଇଛନ୍ତି ବୋଲି କହିଛନ୍ତି । କାହିଁକି ଦାନ କଲେ ବୋଲି ଯଦି ଆପଣ ଜାଣିବାକୁ ଚାହିଁବେ ତେବେ ତାହା ମଧ୍ୟ ବେଶ୍ ରୋଚକପୂର୍ଣ୍ଣ ଅଟେ ।

ବାସୁ କୁହନ୍ତି ତାଙ୍କ ଘରେ ପାଖରେ ଥିବା ଏକ ହନୁମାନ ମନ୍ଦିରକୁ ଅନେକ ଶ୍ରଦ୍ଧାଳୁ ପ୍ରାର୍ଥନା କରିବା ପାଇଁ ଆସନ୍ତି କିନ୍ତୁ ମନ୍ଦିରର ଆକାର ବହୁତ ହି ଛୋଟ ହୋଇଥିବାରୁ ପୂଜାର୍ଚ୍ଚନା ଓ ଭକ୍ତି ଆରାଧାନାରେ ସମସ୍ୟା ସୃଷ୍ଟି ହୋଇଥାଏ । ଏହି ସବୁ ସମସ୍ୟାକୁ ଦୃଷ୍ଟି ଗୋଚର କରି ସେ ନିଜ ଜମିର କିଛି ଅଂଶ ଦାନ କରିବାକୁ ମନ ବଳାଇଛନ୍ତି । ବାସୁଙ୍କ ଏହି ମହତ କାର୍ଯ୍ୟକୁ ବେଶ୍ ପ୍ରଶଂସା କରାଯାଉଛି ।

ଧାର୍ମିକ ନଗରୀ ଅଯୋଧ୍ୟାରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣକୁ ନେଇ ଶେଷରେ ଶହ ଶହ ବର୍ଷର ମତଭେଦ ଭୁଲି ସ୍ଥାନୀୟ ମୁସଲିମ୍ ପରିବାର ଯେମିତି ସମର୍ଥନ କରିଥିଲେ ତାହା ସମସ୍ତେ ଜାଣିଛନ୍ତି ।

%d bloggers like this: