ଶ୍ରେଷ୍ଠ ‘ମେକଅପ୍’ ମଡେଲ ଟାଇଟଲ ଜିତିଲେ ସମ୍ୱଲପୁରୀ ଝିଅ ମୀମାଂସା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବହୁରାଷ୍ଟ୍ରୀୟ କମ୍ପାନି ଅପେରା ପକ୍ଷରୁ ଆୟୋଜିତ ଅନଲାଇନ କ୍ବିନ-୨୦୨୦ରେ ବାଜି ମାରିଛନ୍ତି ସମ୍ୱଲପୁରର ମୀମାଂସା ରଥ। ବେଷ୍ଟ ଲୁକ ଏବଂ ତାଙ୍କୁ ମେକଅପ କରିଥିବାରୁ ମନୀଷା ପଣ୍ଡାଙ୍କୁ ବେଷ୍ଟ ମେକଅପ ଆର୍ଟିଷ୍ଟ ଘୋଷଣା କରାଯାଇ ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସୋସିଆଲ ମିଡିଆ ଜରିଆରେ ଏଥିରେ ଆବେଦନ ପାଇଁ ବିଜ୍ଞାପନ ପ୍ରକାଶିତ ହୋଇଥିଲା। ଜୁଲାଇ ମାସରେ ମୀମାଂସା ଏସମ୍ପର୍କରେ ଅବଗତ ହୋଇ ଆବେଦନ କରିଥିଲେ।

ଅଗଷ୍ଟ ମାସ ପ୍ରଥମ ସପ୍ତାହରେ ସେ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହୋଇ ଶ୍ରେଷ୍ଠ ଦଶ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରହିଥିଲେ। ଏହାର ପରବର୍ତ୍ତୀ ପର୍ଯ୍ୟାୟରେ ଭାଗ ନେଇ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏହାପରେ ଫାଇନାଲିଷ୍ଟମାନଙ୍କୁ ନେଇ ୪ଟି ଶ୍ରେଣୀରେ ସ୍ବତନ୍ତ୍ର ପ୍ରତିଯୋଗିତା ହୋଇଥିଲା। ଏଥିରେ ବେଷ୍ଟ ରେମ୍ପ ୱାକ୍‌, ବେଷ୍ଟ ଫଟୋଗ୍ରାଫ, ବେଷ୍ଟ ଲୁକ ଏବଂ ବେଷ୍ଟ ଡିଜାଇନର ରହିଛି।ଏଥିରୁ ବେଷ୍ଟ ଲୁକ୍‌ରେ ମୀମାଂସାଙ୍କୁ ବିଜେତା ଘୋଷଣା କରାଯାଇଥିଲା। ତାଙ୍କ ଟିମରେ ଅର୍ପିତା ପୂଜାହାରୀ ଡିଜାଇନ ଏବଂ ଲଲିତ ରୋହିଦାସ ଫଟୋଗ୍ରାଫର ରହିଛନ୍ତି।

%d bloggers like this: