ଆଣ୍ଟାର୍କଟିକାରେ -୯୮ ଡିଗ୍ରୀ ତାପମାତ୍ରାରେ ବାସ କରନ୍ତି ଲୋକ

ଆଣ୍ଟାର୍କଟିକାରେ -୯୮ ଡିଗ୍ରୀ ତାପମାତ୍ରାରେ ବାସ କରନ୍ତି ଲୋକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆଣ୍ଟାର୍କଟିକା ହେଉଛି ପୃଥିବୀର ସବୁଠାରୁ ଥଣ୍ଡା ଦେଶ। ଏହା ଆମେ ସମସ୍ତେ ଜାଣୁ। କିନ୍ତୁ ଆପଣ କେବେ ଭାବିଛନ୍ତି କି ଏଠାରେ ତାପମାତ୍ରା କେତେ ରହୁଥିବ? କେହି ଏଠାରେ ରୁହନ୍ତି କି ନାହିଁ? ଯଦି ସେମାନେ ବଞ୍ଚନ୍ତି, ତେବେ ସେମାନେ ଏତେ ଥଣ୍ଡାରେ କିପରି ବଞ୍ଚୁଥିବେ ? ପୃଥିବୀର ଦକ୍ଷିଣତମ ମହାଦ୍ୱୀପର ଆଣ୍ଟାର୍କଟିକାର ତାପମାତ୍ରା -୯୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି। ବୈଜ୍ଞାନିକଙ୍କ ମତ ଅନୁସାରେ, ଏତେ କମ୍ ତାପମାତ୍ରାର କାରଣ ହେଉଛି ଅତ୍ୟଧିକ ଶୁଖିଲା ପବନ। ଅର୍ଥାତ୍ ବାୟୁର ଆର୍ଦ୍ରତା ଏଠାରେ ଶେଷ ହୋଇଯାଉଛି। ତେଣୁ ଏଥିପାଇଁ ସେଠାରେ କୌଣସି ସହର, ଗାଁ,ଶିଳ୍ପ-କାରଖାନା କିମ୍ବା ଘର ନାହିଁ । ତଥାପି ଏଠାରେ ପ୍ରାୟ ୪୦୦୦ ଲୋକ ବସବାସ କରୁଛନ୍ତି। ସାଧାରଣତଃ ଆଣ୍ଟାର୍କଟିକାରେ ରହୁଥିବା ଅଧିକାଂଶ ଲୋକ ବୈଜ୍ଞାନିକ, ରିର୍ସଚ୍ଚର୍ କିମ୍ବା ପର୍ଯ୍ୟଟକ। ଏହି ବୈଜ୍ଞାନିକ କିମ୍ବା ରିର୍ସଚ୍ଚରମାନେ ନିଜେ ବୈଜ୍ଞାନିକ ଅନୁସନ୍ଧାନ କେନ୍ଦ୍ରରେ ସ୍ୱଳ୍ପ ସମୟ ପାଇଁ ବସତି ସ୍ଥାପନ କରି ରହିଥାନ୍ତି। ଖରାପ ପାଗ ହେତୁ ବର୍ଷକୁ ଥରେ କିମ୍ବା ୧୫ ମାସରେ ଥରେ ଜାହାଜ ଜରିଆରେ ଏହି ଲୋକଙ୍କୁ ଛାଡ଼ିବା ପାଇଁ ଯିବା ଆସିବା କରିଥାଏ।

ବୈଜ୍ଞାନିକଙ୍କ ମତ ଅନୁସାରେ ଅଧିକାଂଶ ସମୟ ଅନ୍ଧାର ଥାଏ
ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଏଠାକୁ ଆସୁଥିବାରୁ ଏହାର ନାଁ’ଅନ୍ତର୍ଜାତୀୟ ମହାଦ୍ୱୀପ’ ନାମରେ ନାମିତ କରାଯାଇଛି। ଶୀତଦିନେ ଆଣ୍ଟାର୍କଟିକା କ୍ରମାଗତ ଅନ୍ଧକାରମୟ ଏବଂ ଏଠାରେ ରହିବା କଷ୍ଟସାଧ୍ୟ। ସେହିପରି ବ୍ରିଟିଶ ଅନୁସନ୍ଧାନକାରୀ ପାଣିପାଗ ବିଜ୍ଞାନୀ ଏଲେକ୍ସ ଗୋଫିକିନ୍ ଦୀର୍ଘ ଅଢ଼େଇ ବର୍ଷ ରହିବା ପରେ ଏକ ଘରୋଇ ନ୍ୟୁଜ୍ ଏଜେନ୍ସିକୁ ସାଙ୍ଘାତିକ ତଥ୍ୟ ଦେଇଛନ୍ତି। ଏହା ବ୍ୟତୀତ ସେ କହିଛନ୍ତି ଯେ, ଆମେ ଏପରି ଜିନିଷ ଦେଖିବାକୁ ପାଇଥାଉ, ଯାହା ପୃଥିବୀର ଅନ୍ୟ କେଉଁଠାରେ ନାହିଁ। ଯଥା- ବିଶାଳ ସାମୁଦ୍ରିକ ପ୍ରାଣୀ, ପେଙ୍ଗୁଇନ୍ କଲୋନୀ ଏବଂ ଗ୍ଲେସିୟର।

ପ୍ୟାକ୍ ହୋଇଥିବା ଖାଦ୍ୟ ଖାଇବାକୁ ପଡ଼ିଥାଏ
ବୈଜ୍ଞାନିକଙ୍କ ମତରେ, ଖରାପ ପାଗ ଯୋଗୁଁ ସେଠାରେ ଖାଦ୍ୟର ସମସ୍ୟା ଅତ୍ୟଧିକ। ଆମର ସୀମିତ ଖାଦ୍ୟ ଯୋଗାଣ ଅଛି । ସେମାନଙ୍କୁ ବାରମ୍ବାର ବିତରଣ କରାଯାଇପାରେ ନାହିଁ। ବେସରେ କାମ କରୁଥିବା ରୋଷେୟା ଆଲାନ୍ ଶେରବୁଡ କହିଛନ୍ତି ଯେ, ଏଠାରେ କେବଳ ଫ୍ରୋଜେନ୍ କିମ୍ବା ପ୍ୟାକେଜ ଖାଦ୍ୟ ଖାଇବାକୁ ପଡ଼ିଥାଏ। ବହୁ ବର୍ଷ ପୂର୍ବେ ବୈଜ୍ଞାନିକମାନେ ଖାଦ୍ୟ ପାଇଁ ପଶୁ ଶିକାର କରୁଥିଲେ। ଏଠାରେ ବିଶ୍ୱର ୯୦% ବରଫ ଅଛି। ତେଣୁ ବରଫ ତରଳାଇବାକୁ ପଡ଼ିଥାଏ।

ବୈଜ୍ଞାନିକଙ୍କୁ ମହାକାଶ ପର୍ଯ୍ୟବେକ୍ଷଣରେ ସାହାଯ୍ୟ ମିଳିଥାଏ
ଏକ ଘରୋଇ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକ-ଅନୁସନ୍ଧାନକାରୀମାନେ ଆଣ୍ଟାର୍କଟିକାରେ ନୂତନ ଜୀବ,ପୃଥିବୀର ଜଳବାୟୁ ଇତିହାସ ସହ ଜଡ଼ିତ ତଥ୍ୟ, ପରିବେଶ ପରିବର୍ତ୍ତନ ହେବାର ଲକ୍ଷଣ ଏବଂ ଇକୋସିଷ୍ଟମ ବୁଝିବାକୁ ଚେଷ୍ଟା କରିଥାନ୍ତି। ଏଠାରେ ଶିଳ୍ପ କିମ୍ବା ସହର ନଥିବା ହେତୁ କୌଣସି ପ୍ରଦୂଷଣ ନାହିଁ। ଯେଉଁଥିପାଇଁ ଏଠାରେ ଆକାଶ ସ୍ୱଚ୍ଛ ରହିଥାଏ। ଫଳରେ ବୈଜ୍ଞାନିକଙ୍କୁ ମହାକାଶ ସମ୍ବନ୍ଧୀୟ ସୂଚନା ଖୋଜିବାରେ ସୁବିଧା ହୋଇଥାଏ।

ଆର୍ଣ୍ଟାକାଟିକାରେ ଭୂକମ୍ପ ଏକ ପ୍ରମୁଖ ସମସ୍ୟା। ୨୦୨୦ ମସିହାରେ ୪ ମାସ ମଧ୍ୟରେ ପ୍ରାୟ ୮୫ ହଜାର ଥର ଭୂକମ୍ପ ଘଟିଥିଲା। GFZ ଜର୍ମାନ ରିସର୍ଚ୍ଚ କେନ୍ଦ୍ର ଦ୍ୱାରା ପ୍ରକାଶିତ ଏକ ଖବର ଅନୁସାରେ, ୨୦୨୦ ମସିହାରେ ଆଣ୍ଟାର୍କଟିକାରେ ୪ ମାସ ମଧ୍ୟରେ ପ୍ରାୟ ୮୫ ହଜାର ଥର ଭୂକମ୍ପ ଘଟିଥିଲା। ଏହି ଭୂକମ୍ପ ଓର୍କା ସିମାଉଣ୍ଟ ଆଗ୍ନେୟଗିରି ନିକଟରେ ଘଟିଥିଲା । ଯାହା ଆଣ୍ଟାର୍କଟିକାର ଉତ୍ତର-ପଶ୍ଚିମ ପ୍ରାନ୍ତରେ ବ୍ରାନ୍ସଫିଲ୍ଡ ଷ୍ଟ୍ରାଇଟ୍ ର ସମୁଦ୍ର ପତ୍ତନ ଠାରୁ ୯୦୦ ମିଟର ଉଚ୍ଚରେ ଅବସ୍ଥିତ। କେବଳ ଏତିକି ନୁହେଁ, ୨୦୧୮ ରିସର୍ଚ୍ଚ ଅନୁଯାୟୀ, ଏକ ଘରୋଇ ପତ୍ରିକାରେ ପ୍ରକାଶିତ ଖବର ଦ୍ୱାରା ଜାଣିବାକୁ ମିଳିଥିଲା ଯେ, ଫିନିକ୍ସ ଟେକ୍ଟୋନିକ୍ ପ୍ଲେଟ୍ ଆଣ୍ଟାର୍କଟିକା ମାଳଦ୍ୱୀପର ଟେକ୍ଟୋନିକ୍ ପ୍ଲେଟ୍ ତଳେ ଭାସୁଛି। ଏହି କାରଣରୁ ଏହି ଅଞ୍ଚଳରେ ଫ୍ଲୋଟ୍ ଜୋନ୍ ଗଠନ ହେଉଛି, ଯାହା ଫଳରେ କିଛି ଅଂଶରେ ଖାଲ ସୃଷ୍ଟି ହେଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: