ସତ୍ୟେନ୍ଦ୍ର ଜୈନଙ୍କୁ ପଦ୍ମଭୂଷଣ ଦିଆଯାଉ

ସତ୍ୟେନ୍ଦ୍ର ଜୈନଙ୍କୁ ପଦ୍ମଭୂଷଣ ଦିଆଯାଉ

ପ୍ରିଜମ ନ୍ୟୁଜ ବ୍ୟୁରୋ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରାଯିବା ପରେ ଭାଜପା ବାରମ୍ବାର ଆମ ଆଦମୀ ପାର୍ଟି ଉପରେ ଟାର୍ଗେଟ୍‌ କରୁଛି। ଏହାର ଜବାବରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସତ୍ୟେନ୍ଦ୍ର ଜୈନଙ୍କୁ ସୁରକ୍ଷା ଦେଉଛନ୍ତି। ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି। ସେ ମୋହଲ୍ଲା କ୍ଲିନିକ୍‌ର ମଡେଲ୍‌ ଦେଇଛନ୍ତି, ତାଙ୍କୁ ପଦ୍ମଭୂଷଣ ଦିଆଯିବା ଉଚିତ୍‌ ବୋଲି କେଜ୍ରିୱାଲ କହିଛନ୍ତି।ବୁଧବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ, ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫ ସତ୍ତ୍ୱେ ସତ୍ୟେନ୍ଦ୍ର ଜୈନଙ୍କୁ ମନ୍ତ୍ରୀ ପଦରେ ରଖାଯିବା ନେଇ ପ୍ରଶ୍ନ ଉଠାଇଥିଲେ।

ଏହାର ଜବାବରେ କେଜ୍ରିୱାଲ କହିଛନ୍ତି, ମୁଁ ସବୁବେଳେ କହୁଛି ଯେ ସତ୍ୟେନ୍ଦ୍ର ଜୈନ ଦୃଢ ସଚ୍ଚୋଟ ପ୍ୟକ୍ତି। ସେ ନିଶ୍ଚେ ନିର୍ଦ୍ଦୋଷ ହୋଇ ଜେଲ୍‌ରୁ ଖଲାସ ହେବେ। ସେ ମୋହଲା କ୍ଲିନିକର ମଡେଲ ଦେଇଛନ୍ତି, ଯାହାକୁ ଦେଖିବାକୁ ସାରା ବିଶ୍ୱରୁ ଲୋକମାନେ ଆସୁଛନ୍ତି। ତାଙ୍କୁ ପଦ୍ମଭୂଷଣ ଦିଆଯିବା ଉଚିତ୍‌।ସୂଚନାଯୋଗ୍ୟ, ଗିରଫ ପରେ ସତ୍ୟେନ୍ଦ୍ର ଜୈନଙ୍କୁ ସ୍ବତନ୍ତ୍ର କୋର୍ଟ ଜୁନ ୯ ଯାଏ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ହେପାଜତକୁ ପଠାଇ ଦେଇଛନ୍ତି। କୋଲକାତା ଭିତ୍ତିକ ହାୱାଲ କାରବାରେ ଶ୍ରୀ ଜୈନଙ୍କ କମ୍ପାନୀ ୨୦୧୫-୧୬ରେ ସାମିଲ ଥିଲା ଓ ୪.୮୧ କୋଟି ଟଙ୍କା ଗ୍ରହଣ କରିଥିଲା ବୋଲି ଇଡି ଜାଣିବାକୁ ପାଇଛି। ସତ୍ୟେନ୍ଦ୍ର ୨୦୧୫ରୁ ୧୭ ମଧ୍ୟରେ ବେଆଇନ ଭାବେ ୧.୬୭ କୋଟି ଟଙ୍କା ଠୁଳ କରିଥିଲେ।

ଏହି ଟଙ୍କା ଜମି କିଣିବା ପାଇଁ ବ୍ୟବହାର ହୋଇଛି। ତଦନ୍ତ ବେଳେ ଜଣାପଡିଛି ଯେ, ଶେଲ କମ୍ପାନୀଗୁଡିକୁ କୋଲକାତାର ୨ ଜଣ ବ୍ୟକ୍ତି ପରିଚାଳନା କରୁଥିଲେ। ସେମାନେ ୧୦୦ ଟଙ୍କାରେ ୧୫ରୁ ୨୦ ପଇସା କମିଶନ ନେଇ ବେଆଇନ ଆର୍ଥିକ କାରବାର କରୁଥିଲେ। ହାୱାଲା ଅପରେଟରମାନଙ୍କ ଦ୍ୱାରା ୪ଟି ଶେଲ କମ୍ପାନୀକୁ ଟଙ୍କା ପଠା ଯାଉଥିଲା ଓ ଦିଲ୍ଲୀରେ ଗୋଟିଏ ଜମି କିଣିବାକୁ ଏହାକୁ ବ୍ୟବହାର କରାଯାଇଥିଲା। ଘଟଣାର ଅଧିକ ତଦନ୍ତ ଆବଶ୍ୟକ ଥିବାରୁ ଜୈନଙ୍କୁ ଜେରା କରିବା ଜରୁରୀ ବୋଲି ଇଡି କହିଥିଲା। ତେଣୁ କୋର୍ଟ ତାଙ୍କୁ ଜୁନ ୯ ଯାଏ ଇଡି ହେପାଜତକୁ ପଠାଇ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: