ରାଜନୀତିକୁ ନା କହିଲେ ରଜନୀ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ; ସ୍ୱାସ୍ଥ୍ୟ ସମସ୍ୟା ଦର୍ଶାଇ ଅଭିନେତା ରଜନୀକାନ୍ତ ନିର୍ବାଚନ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି । ରଜନୀକାନ୍ତ କହିଛନ୍ତି ଯେ ସେ ନିର୍ବାଚନ ରାଜନୀତିରେ ପ୍ରବେଶ ନକରି ଲୋକଙ୍କ ସେବା କରିବେ ।

ସୂଚନା ଥାଉ କି, ଦିନକ ତଳେ ସୁସ୍ଥ ହୋଇ ହାଇଦ୍ରାବାଦ ଆପୋଲ ହସ୍ପିଟାଲରୁ ଡିସଚାର୍ଜ ହୋଇଥିଲେ ସାଉଥ ସୁପରଷ୍ଚାର ରଜନୀକାନ୍ତ । ରକ୍ତଚାପ କାରଣରୁ ସ୍ବାସ୍ଥ୍ଯବସ୍ଥା ବିଗିଡ଼ିବା ପରେ ସେ ହାଇଦ୍ରାବାଦ ସ୍ଥିତ ଆପୋଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।  ଦୁଇ ଦିନ ଡାକ୍ତରଖାନାରେ ରହି ଚିକିତ୍ସିତ ହେବା ପରେ ଆଜି ରଜନୀଙ୍କୁ ଡିସଚାର୍ଜ କରାଯାଇଥିଲା । ଏହା ପରେ ରଜନୀକାନ୍ତ ନିର୍ବାଚନ ରାଜନୀତିରୁ ଦୂରେଇ ରହିବାକୁ ଘୋଷଣା କରିଛନ୍ତି ।

%d bloggers like this: