ଏପ୍ରିଲ ୧ରୁ ଡ୍ରାଇଭର ଏବଂ ଯାତ୍ରୀଙ୍କ ସିଟ୍ ପାଇଁ ଏୟାର ବ୍ୟାଗ୍ ବାଧ୍ୟତାମୂଳକ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଏପ୍ରିଲ ପହିଲାରୁ ଯାତ୍ରୀବାହୀ କାର୍ ଗୁଡିକରେ ସୁରକ୍ଷା ମାନ ପରିବର୍ତ୍ତନ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଡ୍ରାଇଭର ସହିତ ପାଖ ସିଟ୍ ପାଇଁ ଏୟାର ବ୍ୟାଗ ବାଧ୍ୟତାମୂଳକ କରାଯାଇଛି। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ମାର୍ଚ୍ଚ ୨୦୨୧ର ପ୍ରଥମ ସପ୍ତାହରେ ଏୟାର ବ୍ୟାଗ୍ ବ୍ୟବହାର ବାଧ୍ୟତାମୂଳକ ନେଇ ବିଜ୍ଞପ୍ତି ଜାରି କରିଛି।

ସଡକ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ନୂତନ କାର୍ ରେ ଏୟାର ବ୍ୟାଗ୍ ବାଧ୍ୟତାମୂଳକ କରିବା ପରେ କାର୍ ନିର୍ମାତା କମ୍ପାନୀ ମାରୁତି, ମହିନ୍ଦ୍ରା, ଟାଟା, ହୁଣ୍ଡାଇ, କିଆ, ରେନାଲ୍ଟ, ହୋଣ୍ଡା, ଏମଜି ମୋଟର୍ସ ନିଜର ସମସ୍ତ କାର୍ ରେ ଡ୍ରାଇଭର ଏବଂ ଆଗ ସିଟ୍ ଯାତ୍ରୀଙ୍କ ପାଇଁ ଏୟାର ବ୍ୟାଗ୍ ଯୋଗାଇବାକୁ ବାଧ୍ୟ ତାମୂଳକ ହୋଇପଡ଼ିଛି ।

କାର୍ ଗୁଡିକରେ ଥିବା ଏୟାର ବ୍ୟାଗଗୁଡ଼ିକ ସେନ୍ସର ସହିତ ଯୋଡି ହୋଇରହିଥାଏ | ଏହା ଦୁର୍ଘଟଣା ଘଟିବା ପୂବରୁ ଆଭାସ ପାଇସାରିଥାଏ । ସେହିଭଳି ଏୟାର ବ୍ୟାଗରେ ବାୟୁ ଭରିବା ଦ୍ୱାରା ଏହା ଡ୍ରାଇଭର, ଯାତ୍ରୀ ଏବଂ କାର୍ ମଧ୍ୟରେ ଏକ କୁଶ ଭଳି ଆସିଥାଏ | ଯେଉଁଥିପାଇଁ ଡ୍ରାଇଭର ଏବଂ ଯାତ୍ରୀଙ୍କ ଶରୀର କାରର ଶରୀରକୁ ଧକ୍କା ଦେଇନଥାଏ ଏବଂ ସେମାନେ ଗୁରୁତର ଆହତ ହୁଅନ୍ତି ନାହିଁ |

ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ଜାରି କରି କହିଛି ଯେ, ଗାଡିରେ ବସିଥିବା ଯାତ୍ରୀଙ୍କ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବ୍ୟବସ୍ଥା। ସଡକ ସୁରକ୍ଷା ଉପରେ ସୁପ୍ରିମକୋର୍ଟଙ୍କ କମିଟି ଏହା ଉପରେ ପରାମର୍ଶ ଦେଇଥିଲା । ଏହା ଉପରେ ମନ୍ତ୍ରଣାଳୟ କହିଥିଲା ଯେ, ଏପ୍ରିଲ ୧ ତାରିଖ ୨୦୨୧ କିମ୍ବା ପରେ ତିଆରି ହୋଇଥିବା ଯାନଗୁଡ଼ିକର ଆଗ ସିଟ୍ ପାଇଁ ଏୟାର ବ୍ୟାଗ୍ ଲଗେଇବା ବାଧ୍ୟତାମୂଳକ ହେବ । ଏଥି ସହିତ ପୁରୁଣା ଯାନଗୁଡିକ ବିଷୟର ୩୧ ଅଗଷ୍ଟ ୨୦୨୧ ସାମ୍ପ୍ରତିକ ମଡେଲଗୁଡିକରେ ଫ୍ରଣ୍ଟ ଡ୍ରାଇଭର ସିଟ୍ ସହିତ ଏୟାର ବ୍ୟାଗ ସ୍ଥାପନ କରିବା ବାଧ୍ୟତାମୂଳକ ହେବ |

%d bloggers like this: