ଡ୍ରଗ୍ସ ନିଅନ୍ତି ଏହି ଅଭିନେତ୍ରୀ ! ନାଁ ଆସିବା ପରେ କ’ଣ ତାଙ୍କ ପ୍ରତିକ୍ରିୟା ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ବଲିଉଡ ଡ୍ରଗ୍ସ ଲିଙ୍କରେ ସାମ୍ନାକୁ ଆସିଛି ଅଭିନେତ୍ରୀ ଦିୟା ମିର୍ଜାଙ୍କ ନାଁ। ଡ୍ରଗ୍ସ ଲିଙ୍କ୍ ତାଲିକାରେ ନାଁ ଯୋଡ଼ି ହେବା ପରେ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଛନ୍ତି ଦୀୟା। ସେ କେବେ ଡ୍ରଗ୍ସ ସେବନ କରିନାହାନ୍ତି କିମ୍ବା କେବେ ଡ୍ରଗ୍ସ କିଣି ନାହାନ୍ତି ବୋଲି ସଫେଇ ରଖିଛନ୍ତି। ଜେରା ସମୟରେ ୨ ଜଣ ଡ୍ରଗ ପେଡଲର ଦୀୟା ମିର୍ଜାଙ୍କ ନାଁ ନେଇଥିବା ସୂଚନା ମିଳିଛି। ଦୀୟାଙ୍କ ଡ୍ରଗ୍ସ ଲିଙ୍କ୍ ନେଇ NCB ନିକଟରେ ଅନ୍ୟ କୌଣସି ପ୍ରମାଣ ନଥିବା ଜଣାପଡ଼ିଛି। ତେବେ ତାଙ୍କ ନାଁ ଆସିବା ପରେ ଦୀୟା ଟ୍ୱିଟ୍ କରି ନିଜର ସଫେଇ ରଖିଛନ୍ତି।

%d bloggers like this: