ବଲିଉଡ ଡିଭାଙ୍କ ଡ୍ରଗ୍ସ ନିଶା; ଡି ଫର୍ ଦୀପିକା ପାଦୁକୋନ !

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ସୁରାପାନରେ ମାହିର ବଲିଉଡର ଆଗଧାଡିର ବିୟୁଟି । ମଦ ଓ ଡ୍ରଗ୍ସ ବଲିଉଡ୍ ପାଇଁ ନୂଆ ନଥିଲେ ମଧ୍ୟ ଏହାକୁ ସେବନ କରୁଥିବା ସୁନ୍ଦରୀଙ୍କ ତାଲିକା ଏବେ ବି-ଟାଉନ ବା ବଲିଉଡ ସମେତ ପୂରା ଦେଶକୁ ଚକିତ କରିଛି । ଲାଗୁଛି ରିୟା, ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିକୁ ଯେଉଁ ୨୫ ଜଣିଆ ତାଲିକା ଦେଇଛନ୍ତି ତାହା ଖୁବ ଶୀଘ୍ର ସାମ୍ନାକୁ ଆସିଯିବ । କାହିଁକିନା ଗତ ସପ୍ତାହକ ମଧ୍ୟରେ ଅନେକ ଆଗଧାଡ଼ିର ନାଁ ସାମ୍ନାକୁ ଆସିସାରିଲାଣି । ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍ ଓ ରକୁଲ ପ୍ରୀତ୍ ସିଂଙ୍କ ସହ ଏବେ ଏନ୍ସିବି ରାଡାର୍ରେ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଓ ଦିୟା ମିର୍ଜା  ଥିବା ଚର୍ଚ୍ଚା ହେଉଛି ।ସୁଶାନ୍ତଙ୍କ ପୂର୍ବତନ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ଶାହଙ୍କ ହ୍ବାଟ୍ସଆପ୍ ଚାଟରେ D ଓ K ଅକ୍ଷର ମିଳିବା ପରେ, ଏହା ଦୀପିକା ଓ ତାଙ୍କ ପୂର୍ବତନ ମ୍ୟାନେଜର କରିଶ୍ମାଙ୍କ ନାଁର ପ୍ରଥମ ଅକ୍ଷର ବୋଲି ଅନୁମାନ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ ଦୀପିକା କୁହାଡ଼େ ପଚାରିଥିଲେ, କ୍ଯା ଆପ୍କେ ପାସ୍ ମାଲ୍ ହେ? ଅର୍ଥାତ୍ ଆପଣଙ୍କ ପାଖରେ ମାଲ୍ ଅଛି କି? କରିସ୍ମା ଲେଖିଥିଲେ, ଅଛି କିନ୍ତୁ ଘରେ । ମୁଁ ବାନ୍ଦ୍ରାରେ ଅଛି । ଯଦି ଆପଣଙ୍କ ଦରକାର, ମୁଁ ଅମିତକୁ କହିଦେଉଛି । ଦିପୀକା ହଁ ପ୍ଲିଜ୍ ବୋଲି ଲେଖିଲେ । ଏହାପରେ କରିସ୍ମା ଲେଖିଲେ, ଅମିତ୍ ପାଖରେ ଅଛି, ସେ ରଖିଥାଏ । ଏହାପରେ ଦୀପିକା ପଚାରିଥିଲେ ହାସ୍ ନା? ଗାଞ୍ଜା ନୁହେଁ । କରିସ୍ମା ଲେଖିଲେ, କୋକୋ ପାଖକୁ ତୁମେ କେତେବେଳେ ଆସୁଛ? ଦୀପିକା ଲେଖିଥିଲେ, ସାଢ଼େ ୧୧ରୁ ୧୨ଟା ଭିତରେ ।

ଗଣମାଧ୍ୟମରେ ଏମିିତି ଏକ ଚାଟ୍ ଭାଇରାଲ ହେବା ପରେ ଏବେ ଦୀପିକାଙ୍କ ଉପରେ ଏନସିବି ଭାରି ପଡ଼ିପାରେ ବୋଲି ଚର୍ଚ୍ଚା ହେଉଛି । ଏନ୍ସିବି ଖୁବ୍ଶୀଘ୍ର ଦୀପିକାଙ୍କୁ ସମନ୍  କରିପାରେ ବୋଲି ସୂଚନା ମିଳିଛି । ଏଥିସହ ସପ୍ତାହେ ଭିତରେ ସୁଶାନ୍ତଙ୍କ ଡ୍ରଗ୍ସ ପାର୍ଟିରେ ସାମିଲ ହୋଇଥିବା ସାରା, ଶ୍ରଦ୍ଧା ଓ ରକୁଲ୍ପ୍ରୀତ୍ ଏବଂ ରିୟାଙ୍କ ସହ ଚାଟ୍ କରିଥିବା ଫ୍ଯାଶନ୍ ଡିଜାଇନର୍ ସିମୋନ ଖମ୍ବାଟାଙ୍କୁ ମଧ୍ୟ ଜେରା ପାଇଁ ଡାକିପାରେ।

ସୂଚନା ଥାଉ କି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ରିୟା ଚକ୍ରବର୍ତ୍ତୀ ଓ ସୌଭିକ୍ ଚକ୍ରବର୍ତ୍ତୀଙ୍କୁ ଜେରା ବେଳେ ବଲିଉଡ୍ରେ ଡ୍ରଗ୍ସ ଲିଙ୍କ୍ରେ ଥିବା ବ୍ଯକ୍ତି ବା ସେଲିବ୍ରିଟି ମାନଙ୍କ ୩ଟି ତାଲିକା ପ୍ରସ୍ତୁତ କରିଥିଲା ଏନ୍ସିବି । ତେବେ ଏହି ତାଲିକାରୁ ଏ-ଲିଷ୍ଟର୍ ମାନଙ୍କୁ ଏନ୍ସିବି ଶୀଘ୍ର ତଦନ୍ତ ପ୍ରକ୍ରିୟାରେ ସାମିଲ କରିପାରେ । ତେବେ ତା ପୁର୍ବରୁ ପକ୍କା ପ୍ରମାଣ ଯୋଗାଡ଼ କରୁଛି ଏନସିବି ।  ହେରୋଇନ୍, କୋକେନ୍ ଓ ମେଥାମ୍ଫେଟାମାଇନ୍ ବ୍ଯବହାର କରୁଥିବା ବଲିଉଡ୍ ଡ୍ରଗ୍ ସିନ୍ରେ କିଏ କିଏ ଅଛନ୍ତି ଏବଂ ସେମାନଙ୍କୁ କିଏ ଡ୍ରଗ୍ସ ସପ୍ଲାଏ କରେ, ସେନେଇ ଚିତ୍ର ଏକପ୍ରକାର ସ୍ପଷ୍ଟ ହୋଇଆସିଲାଣି । ତେବେ ସେମାନଙ୍କୁ ପଞ୍ଝାକୁ ନେବା ପୂର୍ବରୁ ପ୍ରମାଣ ଯୋଗାଡ଼ ଚାଲିଛି ବୋଲି ଏନ୍ସିବି ଅଧିକାରୀ କହିଛନ୍ତି । ସ୍କାନରରେ ମହାରାଷ୍ଟ୍ରର କିଛି ନେତା ଏବଂ ପିଲ୍ମ ଆକ୍ଟର-ଆକ୍ଟ୍ରେସ୍ ମ୍ଯାନେଜିଂ କଂପାନୀ ବି ଅଛନ୍ତି ବୋଲି ଖବର ଆସିଛି ।

https://twitter.com/PrismNewsOdisha
join with us on twitter

ଅନ୍ୟପଟେ ଏକ ଗୁରୁତ୍ୱପୂର୍ଣ୍ଣ ଖବରର ଖୁଲାସା ହୋଇଛି। ତାହା ହେଉଛି,ଭାରତରେ ପ୍ରତିଦିନ ୧ ଟନ୍ ହେରୋଇନ୍ର ଉପଯୋଗ ହୁଏ । ଆଫ୍ଗାନ୍ ହେରୋଇନ୍ର ପ୍ରସେସିଙ୍ଗ୍ ୟୁନିଟ୍ ପାକିସ୍ତାନରୁ ପଞ୍ଜାବ ପ୍ରଦେଶ ଦେଇ କିମ୍ବା ଜଳପଥରେ ଗୁଜରାଟ ଦେଇ ଭାରତକୁ ଆସୁଥିବା ସନ୍ଦେହ କରୁଛି ଏନ୍ସିବି । ଏହି ଅର୍ଥକୁ ପାକିସ୍ତାନ ଆତଙ୍କୀ କାଯର୍ୟକଳାପରେ ବିନିଯୋଗ କରିଥାଏ । ତେବେ ଭାରତକୁ ସିଂହଭାଗ କୋକେନ୍ କଲମ୍ବିଆ-ବ୍ରାଜିଲ୍-ମୋଜାମ୍ବିକ୍ ରୁଟ୍ରେ ଆସିଥାଏ । ଅନ୍ୟ ଆଫ୍ରିକୀୟ ଦେଶ ଓ ଦୁବାଇ ମଧ୍ୟ ବେଳେବେଳେ ବିକଳ୍ପ ରୁଟ୍ ଭାବେ ବ୍ଯବହାର ହୁଏ । ତେବେ ଚିନ୍ତାର ବିଷୟ ହେଉଛି, କୋକେନ୍ ପ୍ରକ୍ରିୟାକରଣ ପାଇଁ ବ୍ୟବହୃତ ପଟାସିୟମ୍ ପାରମାଙ୍ଗାନେଟ୍  ଭାରତରେ ସର୍ବାଧିକ ଉତ୍ପାଦନ ହେଉଥିବାରୁ, ଏଠାରେ ମଧ୍ୟ କୋକେନ୍ ପ୍ରୋସେସିଙ୍ଗ୍ ୟୁନିଟ୍ ବସାଇବାକୁ କିଛି ବଡ଼ ମାଫିଆ ଯୋଜନା କରୁଥିବା ଏନସିବି ସୁରାକ୍ ପାଇଛି ।

%d bloggers like this: