(ଅ)ପ୍ରସଙ୍ଗ: ଟିଭିରେ ‘ରୋମାଣ୍ଟିକ୍ ରେପ୍’ ଓ ସାମାଜିକ ଗଣମାଧ୍ୟମରେ ଝଡ଼

(ଅ)ପ୍ରସଙ୍ଗ: ଟିଭିରେ ‘ରୋମାଣ୍ଟିକ୍ ରେପ୍’ ଓ ସାମାଜିକ ଗଣମାଧ୍ୟମରେ ଝଡ଼

ପ୍ରିଜମ ନ୍ୟୁଜ ବ୍ୟୁରୋ: ସବୁଠାରୁ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ହେଉଛି ଫେସବୁକ ତା’ ପଛକୁ ରହିଛି ଟ୍ୱିଟର, ୟୁଟ୍ୟୁବ ଏବଂ ଇନଷ୍ଟାଗ୍ରାମ । ଏବେ ଏବେ ହାଲୋ, ଟିକଟକ୍, ସେର ଚାଟ୍ ଭଳି ଅନ୍ୟ କେତେକ ପପୁଲାର ସୋସିଆଲ ମିଡିଆ ପ୍ଲାଟଫର୍ମକୁ ସରକାର ବ୍ୟାନ୍ କରିଛନ୍ତି । ବ୍ୟାନ୍ ହୋଇଥିବା ସମସ୍ତ ଲୋକପ୍ରିୟ ଆପ୍ ହେଉଛି ଚୀନ୍ ର । ଚୀନ୍ ସହ ଭାରତର ସମ୍ପର୍କ ଭଲ ନାହିଁ । ସୀମା ବିବାଦକୁ ନେଇ ଉଭୟ ଦେଶ ମଧ୍ୟରେ ତିକ୍ତତା ମଧ୍ୟ ସୀମା ପାର୍ କରିଛି । ଏଭଳି ସମୟରେ ଉପରୋକ୍ତ ତିନିଟି ସାମାଜିକ ଗଣମାଧ୍ୟମରେ ଏକ ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଅଧିକ ହେଉଛି ଏବଂ ତା ହେଉଛି ‘ରୋମାଣ୍ଟିକ ରେପ୍ ’ । ଏହାକୁ ଆପଣ ଏକ ପ୍ରସଙ୍ଗ କହିପାରନ୍ତି ଆମେ କିନ୍ତୁ ଏହାକୁ ଏକ (ଅ)ପ୍ରସଙ୍ଗ ବୋଲି ଆକ୍ଷା ଦେଉଛି । କହିବାର କାରଣ ଅନେକ ଆବସ୍ତାବ କଥାକୁ ନେଇ ଏବେ ସୋସିଆଲ ମିଡିଆରେ ଏହାରି ବିଷୟରେ ଚର୍ଚ୍ଚା ହେଉଛି । ବିତର୍କ ମଧ୍ୟ ହେଉଛି , ତେବେ କଥା ହେଲା କାହିଁକି ଏବଂ କେଉଁ କାରଣ ଯୋଗୁଁ ଏହା ଏତେ ପ୍ରଚାରିତ ଓ ପ୍ରସାରିତ ହେଉଛି ।

କିଛି ଦିନ ତଳେ ଏକ ଓଡ଼ିଆ ନ୍ୟୁଜ୍ ଚ୍ୟାନେଲରେ ପ୍ରସାରିତ ହୋଇଥିବା ଏକ କାର୍ଯ୍ୟକ୍ରମର କିଛି ଅଂଶ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯେଉଁଥିରେ ଦୁଇ ଜଣ ଓଡ଼ିଆ କଳାକାର ପରସ୍ପର ମଧ୍ୟରେ କାର୍ଯ୍ୟକ୍ରମ ମାଧ୍ୟମରେ ନିଜ ନିଜ ଭିତରେ କଥାବାର୍ତ୍ତା କରୁଛନ୍ତି । କଥା ମଝିରେ ହଠାତ୍ ପସି ଆସେ ସିନେମାରେ ରେପ୍ ସମ୍ପର୍କିତ ଏକ ଆଲୋଚନା । ଅଭିନେତ୍ରୀ ଜଣଙ୍କ ଅଭିନେତାଙ୍କୁ ପଚାରନ୍ତି ଆପଣ ହିରୋ ହେବାକୁ ପସନ୍ଦ କରିବେ ନା ଭିଲେନ । ଯଦି ଭିଲେନ ରୋଲ୍ କରନ୍ତି ତେବେ ଆପଣଙ୍କୁ ଯଦି ରୋମାଣ୍ଟିକ ରେପ୍ ସିନ୍ ମିଳେ ଆପଣ କ’ଣ ଫିଲ୍ କରିବେ। ସେଇଠୁ ଅଭିନେତା ଜଣଙ୍କ ଉତ୍ତର ଦିଅନ୍ତି ରେପ୍ ତ ରେପ୍ ! ସେଠି ରୋମାନ୍ସ ପୁଣି ଆସିଲା କେଉଁଠି ?  ଏମିତି ପ୍ରାକ୍ଟିକାଲ ହୁଏନି, ଧୀରେ ଧୀରେ କଥା ଆଗକୁ ବଢ଼େ ଏବଂ ଏହାର ଭିଡିଓ ଦେଖି ସାରିବା ପରେ ସୋସିଆଲ ମିଡିଆରେ ସତେ ଯେମିତି ତମ୍ବି ତୋଫାନ ସୃଷ୍ଟି ହୁଏ । ଅନେକ ତ କୁହନ୍ତି, ଟିଆରପି ପାଇଁ ସଂପୃକ୍ତ ନ୍ୟୁଜ୍ ଚ୍ୟାନେଲ୍ ଏମିତି କିଛି କରୁଛି ।

ସବୁଠାରୁ ଉଦବେଗର ବିଷୟ ହେଲା ଟିଭିରେ ଯାହା ହେଲା ହେଲା ଏହାକୁ ନେଇ ସୋସିଆଲ ମିଡିଆରେ ଏତେ ମାତ୍ରାରେ ଭାଇରାଲ ହେଲା ଯେ, ଏବେ ବି ଏହି ଅପ୍ରସଙ୍ଗକୁ ନେଇ ଆଲୋଚନା ଥମି ନାହିଁ । କଥପୋକଥନର ଭିଡିଓଟି ଯେତେ ଅଧିକ ଭାଇରାଲ ହେଉଛି, ସେତେ ଅଧିକ ଚର୍ଚ୍ଚା ଆଗକୁ ବଢ଼ୁଛି। ଜଣେ ଫେସବୁକ ୟୁଜର୍ସ ଲେଖିଛନ୍ତି ଯେ, ‘ସେମାନେ ଏକ ବଳାତ୍କାର ଦୃଶ୍ୟର ସୁଟିଂ ବିଷୟରେ ଆଲୋଚନା କରୁଥିବାବେଳେ ଆଙ୍କର୍ ରୋମାଣ୍ଟିକ୍ ରେପ୍ ବିଷୟରେ ପଚାରିଥିଲେ ଏବଂ ଅଭିନେତା ଏକ ବଳାତ୍କାର ଦୃଶ୍ୟ କଳ୍ପନା କରିଥିଲେ । ଆମେ ସମସ୍ତେ ଜାଣୁ ଅଭିନେତାମାନଙ୍କର ମସ୍ତିଷ୍କ ନାହିଁ, କିଛି ଦିନ ତଳେ ସଂସଦର ଜଣେ ସଦସ୍ୟ ତଥା ଅଭିନେତା ଅନୁଭବ ମହାନ୍ତି ଟୁଇଟ୍ କରି ଏହିପରି ଅନୁରୋଧ କରିଥିଲେ।ଅନ୍ୟ ଜଣେ ମହିଳା ନିଜ ଫେସବୁକ୍ ପେଜ୍ ରେ ଲେଖିଛନ୍ତି ଯେ, ଘୃଣ୍ୟ! ଗମ୍ଭୀର ଭାବରେ ସେମାନେ ରୋମାଣ୍ଟିକ ବଳାତ୍କାର ବିଷୟରେ ଆଲୋଚନା କରୁଛନ୍ତି । ସବୁ ଠାରୁ ବଡ଼ କଥା ଗୋଟିଏ ଝିଅ ହୋଇ କେମିତି କହି ପାରୁଛି ବୋଲି ପ୍ରଶ୍ନ ମଧ୍ୟ କରିଛନ୍ତି ।

ପ୍ରିୟଦର୍ଶିନୀ ଲେଙ୍କା ନାମକ ଜଣେ ସୋସିଆଲ ମିଡିଆ ୟୁଜର୍ସ ଲେଖିଛନ୍ତି ‘ଓଡ଼ିଶାରେ ୧୩ ବର୍ଷର ଝିଅକୁ 4ମାସ ଧରି ବାରମ୍ବାର ଶାରୀରିକ ଶୋଷଣ କରି ତାର ଗର୍ଭକୁ ନଷ୍ଟ କରାଗଲା । ଲୋକ ସେ ବିଷୟରେ ଜାଣୁ ନାହାନ୍ତି। ତାକୁ ନ୍ୟାୟ ମିଳୁନି ବଦଳରେ ସେ ପୋଲିସ୍‌କୁ ସସପେଣ୍ଡ କରି ଦିଆ ଗଲା । ଏତିକି କଣ ଯଥେଷ୍ଟ ??? ଆଉ ଇଏ ବସିକି ଦୁଷ୍କର୍ମର ପ୍ରଚାର କରୁଛନ୍ତି। ମୁଣ୍ଡରେ ବୁଦ୍ଧି ଅଛି ନା ତାକୁ ବି ଭଡାରେ ଦେଇଛନ୍ତି ? ଏମିତି ଅନେକ ପ୍ରଶ୍ନ କରିଛନ୍ତି ସୋସିଆଲ ମିଡିଆ ୟୁଜର୍ସ ।ନବୀନ ଦାସ ଯିଏକି ଜଣେ ପେଶାରେ ସାମ୍ବାଦିକ ସେ ମଧ୍ୟ ଏହି ପ୍ରସଙ୍ଗରେ ନିଜ ମତ ରଖି ପଚାରିଛନ୍ତି ଯେ, ‘ଆଉ କିଛି ନାହିଁ ରେ ବାବା, କି ଯୁଗ ହେଲା ନାରୀ ପଚାରୁଛି ରେପ ପୁଣି ରୋମାଣ୍ଟିକ ?

0 Comments

Leave Your Comment

Your email address will not be published. Required fields are marked *

%d bloggers like this: