ଜନ୍ମଦିନରେ ଦର୍ଶକଙ୍କୁ ଅଭିଷେକଙ୍କ ଭେଟି

ଜନ୍ମଦିନରେ ଦର୍ଶକଙ୍କୁ ଅଭିଷେକଙ୍କ ଭେଟି

ପ୍ରିଜମ୍‌ ନ୍ୟୁଜ୍‌ ବ୍ୟୁରୋ: ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ୪୬ତମ ଜନ୍ମଦିନ ପାଳନ କରିଛନ୍ତି। ତାଙ୍କର ଏହି ଦିନରେ ବିଭିନ୍ନ ମାଧ୍ୟମରେ ଫ୍ୟାନ୍‌ମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ମଧ୍ୟ ତାଙ୍କ ଫ୍ୟାନ୍‌ମାନଙ୍କ ପାଇଁ ଏକ ଗିଫ୍ଟ ଦେଇଛନ୍ତି। ଅଭିଷେକ ଏବଂ ନିର୍ଦ୍ଦେଶକ ଆର୍‌ ବଲ୍‌କି ଦର୍ଶକଙ୍କୁ ଏକ ନୂଆ ଫିଲ୍ମ ନେଇ ଘୋଷଣା କରିଛନ୍ତି। ଅଭିଷେକ ତାଙ୍କ ଆଗାମୀ ଫିଲ୍ମ ‘ଘୁମର’ ବାବଦରେ ଏକ କ୍ଲିପ୍‌ବୋର୍ଡରେ ‘ଘୁମର’ ଲେଖାଥିବା ପୋଷ୍ଟର ଶେୟାର କରିଛନ୍ତି। ଏଥି ସହ ସେ ଏହି ସିନେମା ପାଇଁ ଶୁଟିଂ ଆରମ୍ଭ କରିଥିବା ଦର୍ଶକଙ୍କୁ ଜଣାଇଛନ୍ତି। ପୂର୍ବରୁ ୨୦୦୯ରେ ଦୁହେଁ ଚଳଚ୍ଚିତ୍ର ‘ପା’ରେ ଏକାଠି କାମ କରିଥିଲେ। ଏହାଛଡା ଅନୁରାଗ ବଶୁଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗୁଲାୱ ଜାମୁନ’ର ଶୁଟିଂ ଖୁବ୍‌ଶୀଘ୍ର ଆରମ୍ଭ କରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: