‘ମୋତେ ଭୋଟ୍‌ ଦିଅ ମୁଁ କୋଟିଏ ମଶା ଓ ଲକ୍ଷେ ଅସରପା ନିପାତ କରିବି’

‘ମୋତେ ଭୋଟ୍‌ ଦିଅ ମୁଁ କୋଟିଏ ମଶା ଓ ଲକ୍ଷେ ଅସରପା ନିପାତ କରିବି’


ପ୍ରିଜମ୍‌ ନ୍ୟୁଜ ବ୍ୟୁରୋ: ନିର୍ବାଚନ ପ୍ରଚାର ସମୟରେ ଶୁଣିବାକୁ ମିଳିଛି ଏଭଳି କଥା। ମୋତେ ଭୋଟ୍‌ ଦିଅ ମୁଁ କୋଟିଏ ମଶା ଓ ଲକ୍ଷେ ଅସରପା ନିପାତ କରିବି। ତାମିଲନାଡ଼ୁ ସହରାଞ୍ଚଳରେ କରୁର୍‌ ଅଞ୍ଚଳର ସ୍ବାଧିନ ପ୍ରାର୍ଥୀ ଭାବରେ ଛିଡ଼ା ହୋଇଛନ୍ତି ରାଜେଶ କାନନ୍‌। ହାତରେ ଧରିଛନ୍ତି ମୂଷା ଓ ନିଜର ଦୁଇ ପୁଅଙ୍କ ସହ ମାତିଛନ୍ତି ନିର୍ବାଚନ ପ୍ରଚାରରେ। ଘର ଘର ବୁଲି ମାଗୁଛନ୍ତି ଭୋଟ୍‌। ବିଜୟୀ ହେଲେ ନିଜ ଅଞ୍ଚଳକୁ ସ୍ବଚ୍ଛ କରିବା ଲାଗି ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି। ସେ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଛନ୍ତି। କୋଟିଏ ମଶା, ୧୦ ହଜାର ମୂଷା, ଲକ୍ଷେ ଅସରପା ଓ ୧୦୦ବୁଲା କୁକୁରଙ୍କୁ ନିପାତ କରିବେ ସେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: