ଫୁଡିଜ ଭିଲ୍ଲା ସ୍ୱତନ୍ତ୍ର- ରେସ୍ତୋରାଁ ଷ୍ଟାଇଲ୍ ତାୱା ପନିର, ପୂରା ଦେଶୀ ତରିକାରେ

ଫୁଡିଜ ଭିଲ୍ଲା ସ୍ୱତନ୍ତ୍ର- ରେସ୍ତୋରାଁ ଷ୍ଟାଇଲ୍ ତାୱା ପନିର, ପୂରା ଦେଶୀ ତରିକାରେ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଶାକାହାରୀ ଲୋକଙ୍କ ପ୍ରଥମ ପସନ୍ଦର ଖାଦ୍ୟ ପନିର ହୋଇଥାଏ କହିଲେ ଭୁଲ ହେବନି। ପନିରର ସବୁଠାରୁ ବିଶେଷ କଥା ହେଉଛି ଆପଣ ଏଥିରୁ ଅନେକ ପ୍ରକାରର ରେସିପି ପ୍ରସ୍ତୁତ କରିପାରିବେ। ବିଭିନ୍ନ ପ୍ରକାରର ସ୍ୱାଦ ଏବଂ ପ୍ରସ୍ତୁତିର ପଦ୍ଧତି ଯୋଗୁଁ, ଲୋକମାନେ ଶୀଘ୍ର ପନିର ଖାଇ ବିରକ୍ତ ହୁଅନ୍ତି ନାହିଁ । କେତେକ ଲୋକ ନିଜ ଭୋଜନରେ ନିୟମିତ ପନିର ଭଳିକି ଭଳି ଆଇଟମ କରି ଖାଇବାକୁ ପସନ୍ଦ କରନ୍ତି। ଯଦି ଆପଣ ସେମାନଙ୍କ ଭିତରୁ ଜଣେ ତେବେ ଆମେ ଆପଣଙ୍କୁ ଆଜି ରେଷ୍ଟୁରାଣ୍ଟ ଷ୍ଟାଇଲର ତାୱା ପନିର କିପରି ସହଜରେ ଘରେ କରି ପାରିବେ ସେ ବିଷୟରେ କହୁଛୁ। ଆପଣ ଏହାକୁ ସନ୍ଧ୍ୟା ସ୍ନାକ୍ସ, ଷ୍ଟାର୍ଟର କିମ୍ବା ରାତ୍ରୀ ଭୋଜନରେ ପରଟା ସହିତ ଖାଇପାରିବେ।

ପନିର ମାରିନେଟ୍ ପାଇଁ ଆବଶ୍ୟକ ସାମଗ୍ରୀ:-
୪୦୦ ଗ୍ରାମ ପନିର
୩ ଚାମଚ ଦହି
୨ ଚାମଚ କାଶ୍ମୀରୀ ଲଙ୍କା ଗୁଣ୍ଡ
୨ ଚାମଚ ଗରାମ ମସାଲା ଗୁଣ୍ଡ
୧ ଚାମଚ ଲୁଣ

ପନିରକୁ ଚାରିକଣିଆ କାଟି ସେଥିରେ ଏସବୁ ପକାଇ ଭଲ ଭାବରେ ଫେଣ୍ଟି ୧୦ ମିନିଟ୍ ସେହିଭଳି ଛାଡିଦିଅନ୍ତୁ।

ପ୍ରସ୍ତୁତ ପ୍ରଣାଳୀ:-
ବର୍ତ୍ତମାନ ତାୱାରେ ୨ ବଡ ଚାମଚ ତେଲ ଦିଅନ୍ତୁ ସେଥିରେ ଗୋଟିଏ ବଡ଼ କଟା ପିଆଜକୁ ଭାଜନ୍ତୁ। ବର୍ତ୍ତମାନ ଏଥିରେ କଟା କଞ୍ଚା ଲଙ୍କା ପକାନ୍ତୁ। ଗୋଟିଏ ଚାମଚ ଅଦା-ରସୁଣ ପେଷ୍ଟ ଏବେ ସେଥିରେ ମିଶାନ୍ତୁ। ୫ ମିନିଟ୍ ସେହିଭଳି ଘାଣ୍ଟିବା ପରେ ୩ କଟା ଟମାଟୋ ସେଥିରେ ପକାନ୍ତୁ। ଏହାପରେ ଅଧା ଚାମଚ ଲୁଣ, ୧ ଚାମଚ ହଳଦୀ ପକାନ୍ତୁ। ଏବେ ସେଥିରେ ଗୋଟିଏ ଗୋଟିଏ ଚାମଚ ଜିରା ଗୁଣ୍ଡ, କାଶ୍ମୀରୀ ଲାଲ୍ ଲଙ୍କା ଗୁଣ୍ଡ, ଧନିଆ ଏବଂ ଚାଟ୍ ମସାଲା ମିଶାନ୍ତୁ। ବର୍ତ୍ତମାନ ଏଥିରେ ଅଳ୍ପ ପାଣି ମିଶାଇ ୧୦ ମିନିଟ୍ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏହି ମସଲା ପ୍ରସ୍ତୁତ ହେବା ପରେ, ଏଥିରେ ମାରିନେଟ୍ ପନିର ମିଶାନ୍ତୁ। ପନିର ପକାଇବା ପରେ ୫ ମିନିଟ୍ ପର୍ଯ୍ୟନ୍ତ କମ୍ ଆଞ୍ଚରେ ତାକୁ ରାନ୍ଧନ୍ତୁ। ଏହାପରେ କସ୍ତୁରୀ ମେଥି ଏବଂ ଧନିଆ ପତ୍ର ପକେଇ ଗ୍ୟାସ୍ ବନ୍ଦ କରିଦିଅନ୍ତୁ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: