ସହାୟତା ଅପେକ୍ଷାରେ ଶହ ଶହ କୁନି ପିଲାଙ୍କ ଭବିଷ୍ୟତ ଗଢ଼ିଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ପ୍ରିୟ ମୀରା ଅପା

ସହାୟତା ଅପେକ୍ଷାରେ ଶହ ଶହ କୁନି ପିଲାଙ୍କ ଭବିଷ୍ୟତ ଗଢ଼ିଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ର ପ୍ରିୟ ମୀରା ଅପା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭଦ୍ରକ ଜିଲ୍ଲା ବାସୁଦେବପୁରର ପ୍ରତିମା ପାଢ଼ୀ, ବୟସ ୫୬ । ମୀରା ଅପା ନାଁରେ ସାରା ଓଡ଼ିଶା ତାଙ୍କୁ ଜାଣେ । ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ସାରା ଜୀବନ ଶିକ୍ଷକତା କରି ଶିକ୍ଷାର ଆଲୋକ ବାଣ୍ଟିଛନ୍ତି । ନିଜ ହାତରେ ଗଢିଛନ୍ତି ଶହ ଶହ କୁନୁ କୁନି ପିଲାଙ୍କ ଭବିଷ୍ୟତ । ଓଡ଼ିଶାରେ ଶିକ୍ଷା ଉପରେ ଏତେଟା ପରୀକ୍ଷା ନୀରିକ୍ଷା ହୋଇନଥିବା ସମୟରେ ବିକଳ୍ପ ଶିକ୍ଷାକୁ ନେଇ ସେ କରିଛନ୍ତି ଅନେକ ଗବେଷଣା । ପଢ଼ା ବହି, ପରୀକ୍ଷା ଓ ଶ୍ରେଣୀଗୃହରୁ ବାହାରି ପିଲାମାନଙ୍କୁ ଭିନ୍ନ ଉପାୟରେ ପାଠ ପଢେଇଛନ୍ତି । ନିଜ ହାତରେ ତିଆରି କରିଛନ୍ତି କାହିଁ କେତେ ପାଠ୍ୟ ଉପକରଣ ଏବଂ ପାଠ ପଢ଼ାଇ ତିଆରି କରିଛନ୍ତି ବଡ଼ ବଡ଼ ଅଫିସର । ପିଲାଏ ସହଜରେ ପାଠ ମନେ ରଖିବା ପାଇଁ ଲେଖିଛନ୍ତି ଅନେକ ଗପ, ଗୀତ, ପହେଲି ଓ ଧନ୍ଦା । ହେଲେ ଆଜି ସେ ଅସହାୟ ହୋଇ ପଡ଼ି ରହିଛନ୍ତି ।
ତାଙ୍କରି ଝିଅ ସୁମିତ୍ରା ପାଢ଼ୀ ଓ ପୁଅ ବିଶ୍ୱଭୂଷଣ ପାଢ଼ୀ କହିବା ଅନୁସାରେ ସେ କରୋନା ସଂକ୍ରମିତ ହେବା ପରେ
ହସ୍ପିଟାଲ ବେଡରେ ପଡ଼ି ମୃତ୍ୟୁ ସହ ଲଢ଼େଇ କରୁଛନ୍ତି । ଜୀବନ ଜାକର ସମସ୍ତ ଜମାପୁଞ୍ଜି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଲଗାଇ ଦେଇଛନ୍ତି । ସମାଜ ସେବାରେ ବ୍ରତୀ ଥିବା ମଣିଷ ଜଣକ ଆଜି ସହାୟତା ଅପେକ୍ଷାରେ ଅନେଇ ବସିଛି । ମାସାଧିକ କାଳ ହେବ କୋଭିଡରେ ସଂକ୍ରମିତ ହେଇ ଚିକିତ୍ସାଧୀନ ଅଛନ୍ତି । ନିମୋନିଆରେ ୭୦ ପ୍ରତିଶତ ଫୁସଫୁସ୍ ଖରାପ ହୋଇସାରିଛି । ଭଲ ହେବା ପାଇଁ ଆବଶ୍ୟକ ଇକମୋ ଚିକିତ୍ସା । ହେଲେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ ।
ସେ ବର୍ତ୍ତମାନ ଭେଣ୍ଟିଲେଟରରେ ଅଛନ୍ତି | ତଥାପି ଅମ୍ଳଜାନ ସାଚୁରେଚର ବେଳେବେଳେ 70 କୁ ଖସିଯାଏ | ଅଗ୍ରୀମ ଚିକିତ୍ସା ପାଇଁ ସେ ଚେନ୍ନାଇର MGM ହସ୍ପିଟାଲ୍ ସହିତ ପରାମର୍ଶ କରିଛନ୍ତି |
ତାଙ୍କ ପୁଅ ଝିଅ କହିଛନ୍ତି ତାଙ୍କୁ ବଞ୍ଚାଇବାକୁ ଦୟାକରି ଦାନ କରନ୍ତୁ | ତୁମର ସମର୍ଥନ ଆମ ପାଖରେ ପହଞ୍ଚିବା ମାତ୍ରେ ଆମେ ତାଙ୍କୁ ସ୍ଥାନାନ୍ତର କରିବୁ | ଏୟାର ଆମ୍ବୁଲାନ୍ସ ସହିତ ECMO ଚିକିତ୍ସା ବହୁତ ଖର୍ଚ୍ଚ ହୋଇଥାଏ | ଆମେ ସମୟ ସରିଯାଉଛୁ | ତେଣୁ ଦୟାକରି ତୁରନ୍ତ ସାହାଯ୍ୟ କରନ୍ତୁ | ଆପଣଙ୍କ କୌଣସି ପରିମାଣ ଛୋଟ ନୁହେଁ | ଏହିପରି ତାଙ୍କରି ପୁଅ ଓ ଝିଅ ବ୍ୟାଙ୍କ୍ ର ସମସ୍ତ ବିବରଣୀ ପ୍ରଦାନ କରି ସମସ୍ତଙ୍କୁ ସାହାଯ୍ୟ ମାଗିଛନ୍ତି।

ଖାତା ବିବରଣୀ:
ସୁମିତ୍ରା ପାଢ଼ୀ (ତାଙ୍କରି ଝିଅ)
ଗୁଗୁଲ୍ ଦେୟ ବିବରଣୀ: 6370281099
ବ୍ୟାଙ୍କ ବିବରଣୀ:
ନାମ: ସୁମିତ୍ରା ପାଢ଼ୀ |
ଖାତା ନଂ- 30373386892
IFSC କୋଡ୍- SBIN0002014 |
ବ୍ୟାଙ୍କ- ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ

ଖାତା ବିବରଣୀ: (ତାଙ୍କ ପୁଅର)
ଗୁଗୁଲ୍ ପେ ଏବଂ ଫୋନ୍ ପେ ନଂ: 7008751517 |
ବ୍ୟାଙ୍କ ବିବରଣୀ:
ନାମ – ବିଶ୍ୱଭୂଷଣ ପାଢ଼ୀ |
ଖାତା ନଂ- 6123101001736 |
IFSC କୋଡ୍- CNRB0006123 |
ବ୍ୟାଙ୍କ-କାନାରା ବ୍ୟାଙ୍କ |
ଆମ tv ତରଫରୁ ଭଗବାନ ଙ୍କ ପାଖରେ ପ୍ରାଥ ନା ତାଙ୍କରି ପରିବାରକୁ ଶକ୍ତି ଦିଅନ୍ତୁ ଓ ଜଲ୍ଦୀ ସୁସ୍ଥ କରି ଦିଅନ୍ତୁ। ଏହି ପୋଷ୍ଟ ସମସ୍ତଙ୍କୁ share କରି ସହଯୋଗୋ ରେ ଭାଗିଦାରୀ ହୁଅନ୍ତୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: