ଭୁଲରେ ବି ଚା’ ସହ ଖାଆନ୍ତୁନି ଏସବୁ ଜିନିଷ, ସାଙ୍ଘାତିକ ହୋଇପାରେ ସ୍ୱାସ୍ଥ୍ୟାବସ୍ଥା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କପେ ଚା’ ସହ ଟିକେ ପକୁଡ଼ି କି ବିସ୍କୁଟ ନ ହଲେ ଭାରତୀୟଙ୍କ ସନ୍ଧ୍ୟା ଭଲରେ କଟେନି। ହେଲେ ଚା’ ସହ କିଛି ଏପରି ଜିନିଷ ଅଛି ଯାହାକି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଜିନିଷ ଚା’ ସହିତ ଖାଇବା ଉଚିତ୍ ନୁହେଁ।
ବେସନରେ ତିଆରି ଜିନିଷ:-
ବେସନରୁ ତିଆରି ପକୋଡ଼ି, ସେଓ, ଗାଣ୍ଠିଆ କିମ୍ବା ବେସନରୁ ତିଆରି ଅନ୍ୟ କୌଣସି ଜିନିଷ ଚା’ ସହିତ ଖାଇବା ଉଚିତ୍ ନୁହେଁ । ଚା’ ସହିତ ବେସନ ତିଆରି ଜିନିଷ ଖାଇବା ଦ୍ୱାରା ଶରୀରରେ ପୋଷାକ ତତ୍ତ୍ୱର ଅଭାବ ହୋଇପାରେ। ତେଣୁ ଯଦି ଆପଣ ବେସନ ତିଆରି ସ୍ନାକସ ଚା’ ସହିତ ଖାଇବାକୁ ଭଲ ପାଉଛନ୍ତି, ତେବେ ଆପଣଙ୍କର ଅଭ୍ୟାସକୁ ଶୀଘ୍ର ପରିବର୍ତ୍ତନ କରି ଦିଅନ୍ତୁ।
ଚା’ ସହିତ ଲେମ୍ବୁ ଖାଆନ୍ତୁ ନାହିଁ:-
ଚା ସହିତ କିଛି ଲୋକ ଏପରି ଜିନିଷ ଖାଆନ୍ତି ଯେଉଁଥିରେ ଲେମ୍ବୁ ପଡିଥାଏ। ଯଦି ଆପଣ ମଧ୍ୟ ଏପରି ଜିନିଷ ଚା’ ସହିତ ଖାଉଛନ୍ତି, ତେବେ ଏଥିରୁ ଦୂରେଇ ରୁହନ୍ତୁ, ଏହା ସ୍ବାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ। ଏହି ଅଭ୍ୟାସକୁ ଶୀଘ୍ର ପରିବର୍ତ୍ତନ କରନ୍ତୁ। ଚା’ ସହିତ ଲେମ୍ବୁ ଖାଇବା ଦ୍ୱାରା ଗ୍ୟାସ ବ୍ୟତୀତ ହଜମ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ।
ଥଣ୍ଡା ଜିନିଷ ଖାଆନ୍ତୁ ନାହିଁ:-
ଚା’ ସାଧାରଣତଃ ଗରମ ହୋଇଥାଏ। ଏପରି ପରିସ୍ଥିତିରେ, ସର୍ବଦା ଧ୍ୟାନରେ ରଖନ୍ତୁ ଯେ ଏହା ସହିତ କୌଣସି ଥଣ୍ଡା ଜିନିଷ ଖାଇବ ଉଚିତ୍ ନୁହେଁ। ଏପରି କରିବା ଦ୍ବାରା ହଜମ ପ୍ରକ୍ରିୟା ଉପରେ ଖରାପ ପ୍ରଭାବ ପକାଇପାରେ। ଏହାସହ ଦାନ୍ତ ଦୁର୍ବଳ ହୋଇଯାଏ। ଦାନ୍ତ ମାଢି ସମସ୍ୟା ଦେଖାଯାଏ। ଯଦି ଆପଣ ଆଇସକ୍ରିମ, କୋଲ ଡ୍ରୀଙ୍କ ବା ଅନ୍ୟ କୌଣସି ଥଣ୍ଡା ଜିନିଷ ଖାଇବାକୁ ଚାହୁଁଛନ୍ତି , ତେବେ ଅନ୍ତତଃ ପକ୍ଷେ ଚା ପିଇଵାର ଦୁଇରୁ ତିନି ଘଣ୍ଟା ବ୍ୟବଧାନରେ ସେଗୁଡିକ ଖାଆନ୍ତୁ।ଏହି କାରଣରୁ ଅଧିକାଂଶ ଲୋକ ଚା ଖାଇବା ପରେ ପାଣି ପିଇବାକୁ ମନା କରିଥାନ୍ତି।

Leave a Reply

Your email address will not be published. Required fields are marked *