ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଫୁଡିଡ୍ ଭିଲ୍ଲା ଆଜି ଆପଣଙ୍କୁ ଭେଟି ଦେଉଛି ଖାଣ୍ଟି ଓଡ଼ିଆ ସୁଆଦିଆ ମିଠା ‘ଛେନା ପୋଡ଼’। ତେବେ ଆସନ୍ତୁ ଜାଣିବା ଏହା କେମିତି ପ୍ରସ୍ତୁତ କରାଯାଏ:
ପ୍ରସ୍ତୁତି ସାମଗ୍ରୀ:
୧ ଲିଟର କ୍ଷୀର, ଲେମ୍ୱୁ, ସୂଜି, ଚିନି, ଗୁଜୁରାତି ଗୁଣ୍ଡ, ବଟର ପେପର୍, ଘିଅ, ଲୁଣ କିମ୍ୱା ବାଲି
କେମିତି କରିବେ ଛେନା ପୋଡ଼
- ପ୍ରଥମେ କ୍ଷୀରକୁ ଗରମ କରାଯିବ ଏବଂ ଗୋଟିଏ ଗ୍ଲାସରେ ଲେମ୍ୱୁ ରସ ରଖିବେ
- କ୍ଷୀର ଗରମ ହେଲା ପରେ ଲେମ୍ୱୁ ରସ ଢାଳିବେ
- ଛେନା ହେଲା ପରେ କପଡ଼ାରେ ଢିଲା କରି ଚିପୁଡ଼ିବେ
- ଏହାପରେ ୨ ଚାମଚ ସୂଜି ମିଶାଇବେ
- ସେଥିରେ ଗୁଜୁରାତି ଗୁଣ୍ଡ ଏବଂ ସ୍ୱାଦ ଅନୁସାରେ ଚିନି ପକାଇବେ
- ଏହାପରେ ଗୋଳାଇବେ
- ଛେନାକୁ ଗୁଣ୍ଡ କରିବାକୁ ଚାମଚ ବୁଲାଇବେ
- ଏହାପରେ ୨ ଚାମଚ ଗାଈ ଘିଅ ମିଶାଇବେ
- ପାତ୍ର ଚାରିକଡ଼େ ଘିଅ ଲଗାଇବେ
- ବଚର ପେପର କାଟି ପାତ୍ରରେ ଲଗାଇବେ
- ବଟର ପେପର ତଳେ ଓ ଉପରେ ଘିଅ ଲଗାଇବେ
- ଏହାପରେ ଛେନାକୁ ସେଥିରେ ମିଶାଇବେ
- ନିଆଁ ଜାଳି ପାତ୍ରରେ ଲୁଣ କିମ୍ୱା ବାଲି ପକାଇବେ
- ଭିତରେ ଏକ ଛାଞ୍ଚ ରଖିବେ
- ଛେନା ଥିବା ପାତ୍ରକୁ ତା’ରି ଭିତରେ ରଖି ୪୫ ମିନିଟ୍ ପର୍ଯ୍ୟନ୍ତ ରଖିବେ
- ଏହାପରେ ଆପଣଙ୍କ ଛେନାପୋଡ଼ ପ୍ରସ୍ତୁତ ହୋଇଯିବ