ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆସନ୍ତା ବର୍ଷ ଆରମ୍ଭରେ ଏକାଧିକ ସ୍ରୋତରୁ କରୋନା ଟିକା ମିଳିବା ନେଇ ଆଶା ରଖିଛି ଭାରତ । ଦେଶରେ କରୋନା ଟିକା କେମିତି ବିତରଣ କରାଯିବ ସେନେଇ ଦେଶର ବିଶେଷଜ୍ଞମାନେ ଏବେ ରଣନୀତି ପ୍ରସ୍ତୁତି କରିବାରେ ଲାଗିଥିବା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ।
ଦେଶରେ ଏବେ ୪ଟି କରୋନା ଭାଇରସ ଭ୍ୟାକସିନର କ୍ଲିନିକାଲ ଟ୍ରାଏଲ ଆଡଭାନ୍ସ ଷ୍ଟେଜରେ ଥିବା କହିଛନ୍ତି ଡକ୍ଟର ହର୍ଷବର୍ଦ୍ଧନ ।ସେପଟେ କରୋନାରୁ ସୁସ୍ଥ ହେବା ପରେ ଶରୀରରେ ନିର୍ମିତ ଇମ୍ୟୁନିଟି ବା ଭୂତାଣୁ ପ୍ରତିରୋଧକ ଶକ୍ତି ସୁରକ୍ଷା କବଡ ନୁହେଁ । ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହେବା ପରେ ପୁନଃ ସଂକ୍ରମିତ ହେବାର ଭୟ ରହିଛି ।
ବିଶ୍ୱର ୪ଟି ପ୍ରାମାଣିକ ପୁନଃସଂକ୍ରମଣ ମାମଲାକୁ ନେଇ ଏକ ରିସର୍ଚ୍ଚ ଷ୍ଟଡି ପ୍ରକାଶ କରିଛି ପ୍ରତିଷ୍ଠିତ ଲାନସେଟ ଇନଫେକଟିଅସ ଡିଜିଜ ଜର୍ଣ୍ଣାଲ । ଏଥିରେ କୁହାଯାଇଛି, ଦ୍ୱିତୀୟ ଥର ସଂକ୍ରମିତ ବ୍ୟକ୍ତିଙ୍କ ଠାରେ କରୋନାର ଗମ୍ଭୀର ଲକ୍ଷଣ ଦେଖାଯାଉଛି ।