୧୭ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ସମ୍ଭାବନା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଗତ ଦୁଇ ଦିନ ଗଭୀର ଅବପାତ ଜନିତ ବର୍ଷା ବିପଦ ଟଳିଛି । ବର୍ଷା ଜନିତ କୌଣସି ବିପଦ ନଥିଲେ ମଧ୍ୟ ଆଜି କେତେକ ସ୍ଥାନରେ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି ।

ରାଜ୍ୟର ୧୭ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ସମ୍ଭାବନା ରହିଛି । ଏହି ସବୁ ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଭାଗ ଅନୁସାରେ କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କଟକ, ଖୋର୍ଦ୍ଧା, ରାୟଗଡା, ଯାଜପୁର, ସୋନପୁର, ମୟୂରଭଂଜରେ ବର୍ଷା ସମ୍ଭାବନା ରହିଛି ।

ସେହିପରି ଭଦ୍ରକ, ଅନୁଗୁଳ, ସମ୍ବଲପୁର, ନୟାଗଡ, ଗଂଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ମଧ୍ୟ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ଲଗାଣ ବର୍ଷାରେ ବେହାଲ ଦିଗପହଣ୍ଡିର ପାତ୍ରପୁର ବ୍ଲକ୍ । ବିଶେଷକରି ବ୍ଳକର ପାହାଡ଼ିଆ ଅଂଚଳରେ ଅଧିକ ପରିମାଣରେ ବର୍ଷା ଫଳରେ ଗାଁ ଗୁଡ଼ିକରେ ଜଳବନ୍ଦୀଭଳି ପରିସ୍ଥିତି ସୃଷ୍ଟି ହୋଇଛି । ବାହୁଦାନଦୀ ଅବବାହିକା ତଟବର୍ତୀ ଗାଁ ଗୁଡ଼ିକରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଛି ।

ବଜ୍ରଗୁମା ନିକଟରେ ଏକ ଘାଇ ସୃଷ୍ଟି ହୋଇଥିବାରୁ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗାଁଲୋକ । ପାତ୍ରପୁର ବ୍ଲକ ଅଂକୁଲା ପଂଚାୟତ ଇଲେଗେଲା ଗାଁରେ ଥିବା ଲୋକମାନେ ଜଳବନ୍ଦୀରୁ ଉଚ୍ଚସ୍ଥାନକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ବର୍ଷାର ପରିମାଣ ବଢ଼ିବା ଫଳରେ ବାଘଲଟି ଡ଼୍ୟାମର ୨ଟି ଗେଟ୍ ଖୋଲାଯାଇ ପାଣି ଛଡ଼ା ଯାଇଛି ।

%d bloggers like this: