ଆଜିର ଅପଡେଟ୍: ରାଜ୍ୟ, ଦେଶ ଓ ବିଦେଶରେ ସ୍ଥିତି ଖରାପ: ଚ୍ୟାଲେଞ୍ଜ ରହିବ ସେପ୍ଟେମ୍ବର ….

ଆଜିର ଅପଡେଟ୍: ରାଜ୍ୟ, ଦେଶ ଓ ବିଦେଶରେ ସ୍ଥିତି ଖରାପ: ଚ୍ୟାଲେଞ୍ଜ ରହିବ ସେପ୍ଟେମ୍ବର ….

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ରାଜ୍ୟ, ଦେଶ ଓ ବିଦେଶରେ କରୋନା ସ୍ଥିତି ନୂଆ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଅଗଷ୍ଟ ମାସରେ ଦେଶରେ ପ୍ରାୟ ୨୦ ଲକ୍ଷ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। ମହାମାରୀ ଆରମ୍ଭ ହେବାପରଠାରୁ ଏଯାବତ୍‌ କୌଣସି ମାସରେ କୌଣସି ଦେଶର ସଂକ୍ରମଣ ମାମଲା ଏତେ ଅଧିକ ରହିନାହିଁ। ଦେଶର ଅଗଷ୍ଟ ସଂକ୍ରମଣ ବିଶ୍ବରେ ସର୍ବାଧିକ। ଅଗଷ୍ଟ ମାସରେ ଦେଶରେ କରୋନା ମୃତ୍ୟୁ ମଧ୍ୟ ବୃଦ୍ଧି ପାଇଛି। କେବଳ ଅଗଷ୍ଟରେ ୨୮ ହଜାର ୮୫୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଗତମାସର ମୃତ୍ୟୁସଂଖ୍ୟା ତୁଳନାରେ ଏହା ପ୍ରାୟ ୫୦ ପ୍ରତିଶତ ଅଧିକ। ଅଗଷ୍ଟରେ ଭାରତରେ ମୋଟ୍‌ ୧୯ ଲକ୍ଷ ୮୭ ହଜାର ୭୦୫ ସଂକ୍ରମଣ ମାମଲା ରିପୋର୍ଟ କରାଯାଇଛି। 

ରାଜ୍ୟରେ ଗତ 24 ଘଣ୍ଚାରେ 3219 କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନ ସେଣ୍ଟରରୁ 1931 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 1288 ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 1 ଲକ୍ଷ 9 ହଜାର 780 ହୋଇଥିବା ବେଳେ ଏପର୍ଯ୍ୟନ୍ତ ମୋଟ 80 ହଜାର 770 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସକ୍ରିୟ ମାମଲା ସଂଖ୍ୟା 28 ହଜାର 443 ଏବଂ ୨୪ ଘଣ୍ଟାରେ ମୋଟ 51 ହଜାର 245ଟି କରୋନା ପରୀକ୍ଷଣ ହୋଇଛି ।

ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 37 ଲକ୍ଷ 69 ହଜାର 523 ହୋଇଥିବା ବେଳେ ଏପର୍ଯ୍ୟନ୍ତ 66 ହଜାରରୁ ଅଧିକ ରୋଗୀଙ୍କ ମୃତ୍ୟୁ ହୋଇଛି । ଗତ 24 ଘଣ୍ଟାରେ 78 ହଜାର 357 ନୂଆ ମାମଲା ଚିହ୍ନଟ, 1045 ଜଣଙ୍କ ମୃତ୍ୟୁ ରେକର୍ଡ କରାଯାଇଛି । ପର୍ଯ୍ୟନ୍ତ କୋରନା ମହାମାରୀରେ 66 ହଜାର 333 ଜଣ ମୃତ ହୋଇଛି । ସେପଟେ ଦେଶରେ ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି 2,901,908 ଏବଂ ସକ୍ରିୟ ମାମଲା 8, 01,282 ରହିଛି । ସେହିଭଳି ସୁସ୍ଥ ହାର 76.98 ପ୍ରତିଶତକୁ ବୃଦ୍ଧି ପାଇଛି ।

ସେପଟେ ବିଶ୍ବରେ କୋରନା ସ୍ଥିତି ମଧ୍ୟ ଚିନ୍ତାଜନକ । ସମଗ୍ର ବିଶ୍ବରେ 25,900,741 ଲୋକ ସଂକ୍ରମିତ ଏବଂ 8 ଲକ୍ଷ 61 ହଜାର 251 ଜଣଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ସୁସ୍ଥ ହୋଇଛନ୍ତି 1 କୋଟି 81 ଲକ୍ଷ 93 ହଜାର 632 ରହିଛି । 6,845,858 ସକ୍ରିୟ ମାମଲା, ସୁସ୍ଥ ହାର 70.24 ପ୍ରତିଶତକୁ ବୃଦ୍ଧି ପାଇଛି ।

%d bloggers like this: